ଏନଏନଏସ୍: ନେପାଳ ଅନ୍ନପୂର୍ଣ୍ଣା ପର୍ବତରୁ ଭାରତୀୟ ପବର୍ତାରୋହୀ ନିଖୋଜ । ଅନ୍ନପୂର୍ଣ୍ଣା ପର୍ବତରୁ ଓହ୍ଳାଇବା ସସୟରେ ପବର୍ତାରୋହୀ ଅନୁରାଗ ମାଲୁ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁସାରେ ସୋମବାର ଅପରାହ୍ନରେ ପର୍ବତରୁ ଓହ୍ଲାଇବା ସମୟରେ ଅନୁରାଗ ମାଲୁ ପାହାଡ ମଧ୍ୟରେ ଥିବା ଏକ ଫାଟରେ ପଡିଯାଇଥିଲେ । ଏନେଇ ସୂଚନା ମିଳିବା ପରେ ନିଖୋଜ ପବର୍ତାରୋହୀଙ୍କୁ ଖୋଜାଖୋଜି ଆରମ୍ଭ ହୋଇଛି । ସେଭେନ ସମିତି ଟ୍ରେକ୍ସର ସଭାପତି ସିଙ୍ଗାମ ଶେର୍ପା ଏକ ଜାତୀୟ ଗଣମଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତୃତୀୟ କ୍ୟାମ୍ପରୁ ଓହ୍ଲାଇବା ବେଳେ ମାଲୁ ୬ ହଜାର ମିଟର ତଳକୁ ଖସିଯିବା ପରେ ନିଖୋଜ ହୋଇଯାଇଥିଲେ । ମାଲୁଙ୍କୁ ଖୋଜିବା ପାଇଁ ଏରିଲ୍ ସର୍ଚ୍ଚ ଅପରେସନ ଜାରି ରହିଛି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସନ୍ଧାନ ମିଳିପାରି ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପବର୍ତାରୋହୀ ମାଲୁ ପର୍ବତର ଶିଖରକୁ ନଯାଇ ଫେରିଆସିଥିଲେ । ଏହାପରେ ଅପରାହ୍ନରେ ପାହାଡରେ ଥିବା ଏକ ଫାଟ ଭିତରେ ପଡିଯାଇଥିଲେ । ସୂଚନାଯୋଗ୍ୟ ଅନୁରାଗ ମାଲୁ ରାଜସ୍ଥାନର କିଶନଗଡର ବାସିନ୍ଦା । ସେ ବିଶ୍ୱର ୮ ହଜାରରୁ ଅଧିକ ଉଚ୍ଚତାର ୧୪ଟି ପର୍ବତ ଶିଖରକୁ ଯାତ୍ରା କରିବା ପାଇଁ ଏକ ମିଶନରେ ସାମିଲ୍ ଥିବାର ସୂଚନା ମିଳିଛି ।