ଭାରତୀୟ ପୁରୁଷ ହକି ଟିମ ଟୋକିଓ ୨୦୨୦ ରେ ଜର୍ମାନୀ ଉପରେ ଚମତ୍କାର ବିଜୟ ପାଇ ବ୍ରୋଞ୍ଜ ପଦକ ଜିତି ଦେଶପାଇଁ ଗୌରବ ଆଣିଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳ ସହ ଟେଲିଫୋନ୍ ଯୋଗେ କଥା ହୋଇ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏବଂ ଏଥିସହିତ ଅଗଷ୍ଟ ୧୬ ତାରିଖରେ ଏୟାରପୋର୍ଟ ଠାରେ ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ଖେଳାଳୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆମେ ଅପେକ୍ଷା କରିଛୁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
#NNSODIA