ଆସନ୍ତାକାଲିଠାରୁ ଭାରତୀୟ ଦଳ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ | ଗୁଜରାଟର ଅହମ୍ମଦାବାଦଠାରେ ଏହି ମ୍ୟାଚ ହେବ | ତେବେ ଏହି ସିରିଜ ଭାରତ ପାଇଁ ବେଶ ଐତିହାସିକ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ଏହା ୧୦୦୦ ତମ ଦିନିକିଆ ମ୍ୟାଚ୍ ହେବ | ସେହିପରି ୧୦୦୦ ତମ ଦିନିକିଆ ମ୍ୟାଚ୍ ଖେଳୁଥିବା ଭାରତୀୟ ଦଳ ବିଶ୍ୱର ପ୍ରଥମ କ୍ରିକେଟ୍ ଦଳ ହେବାକୁ ଯାଉଛି। ତେବେ ଐତିହାସିକ ମ୍ୟାଚରେ ଭାରତ ବିଜୟୀ ହେଉ ଏନେଇ ସମସ୍ତେ ଆଶାବାଦୀ ରହିଛନ୍ତି । ଐତିହାସିକ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ମହାନ ନାୟକ ସଚିନ ତେନ୍ଦୁଲକର । ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରି ସଚିନ ଟିମ୍ ଇଣ୍ଡିଆକୁ ଜଣାଇଛନ୍ତି ଶୁଭେଚ୍ଛା |
୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା ଭାରତ | ୩ ଜୁଲାଇରେ ଲିଡ୍ସରେ ଖେଳାଯାଇଥିବା ସେହି ମ୍ୟାଚରେ ଟିମ୍ ଇଣ୍ଡିଆ ୪ ୱିକେଟ୍ ରେ ମ୍ୟାଚ ହାରିଯାଇଥିଲା | ସେହି ମ୍ୟାଚରେ ଭାରତର ଅଧିନାୟକ ଥିଲେ ଅଜିତ ୱାଡେକର ।
ଆପଣଙ୍କୁ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ହେଉଛି ବିଶ୍ୱର ସବୁଠାରୁ ଅଧିକ ଦିନିକିଆ ମ୍ୟାଚ ଖେଳିଥିବା ଦଳ | ଭାରତ ପଛକୁ ରହିଛି ଅଷ୍ଟ୍ରେଲିଆ | ଅଷ୍ଟ୍ରେଲିଆ ୯୫୮ ଟି ଦିନିକିଆ ମ୍ୟାଚ ଖେଳିଛି |
ଦିନିକିଆରେ ଭାରତର ଗୁରୁତ୍ୱପୂର୍ଣ୍ଣ ରେକର୍ଡ –
ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଛନ୍ତି ସଚିନ୍ ତେନ୍ଦୁଲକର -୧୮୪୨୬ ରନ୍
ଅଧିକ ଶତକ ମାରିଛନ୍ତି ସଚିନ୍ ତେନ୍ଦୁଲକର – ୪୯ ଶତକ
ସବୁଠାରୁ ଅଧିକ ୱିକେଟ୍ ନେଇଛନ୍ତି ଅନୀଲ କୁମ୍ବଲେ – ୪ ୩୩୪ ୱିକେଟ୍
ଅଧିକ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ସଚିନ୍ ତେନ୍ଦୁଲକର -୬୨ ଥର
ଅଧିକ ଡବଲ୍ ଶତକ ମାରିଛନ୍ତି ରୋହିତ ଶର୍ମା – ୩ ଥର
ସବୁଠାରୁ ଅଧିକ ସଫଳ କ୍ୟାପଟେନ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି – ଜିତିଛନ୍ତି ୧୧୦ ମ୍ୟାଚ
ସବୁଠାରୁ ଅଧିକ ଡ଼ିସମିସ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନି – ୪୩୮