ଭାରତ ସରକାର ପୁଣି ଥରେ ଚୀନ୍ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ଆଉ ୫୪ ଚାଇନିଜ୍ ଆପ୍ କୁ ଭାରତରେ କରାଯାଇଛି ବ୍ୟାନ | ଏହି ସମସ୍ତ ଆପ୍ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲା। ଦେଶର ସୁରକ୍ଷା ଓ ଗୋପନୀୟତା ଦୃଷ୍ଟିରୁ ଏହି 54 ଚାଇନିଜ୍ ଆପ୍ କୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର | ନିଷିଦ୍ଧ ଆପ୍ ଗୁଡିକରେ ଲୋକପ୍ରିୟ ଖେଳ ଗାରେନା ଫ୍ରି ଫାୟାର ଏବଂ ଆପ୍ଲକ୍ ଆପ୍ ମଧ୍ୟ ରହିଛି | ସୁଇଟ ସେଲଫି ଏଚଡି , ବିୟୁଟି କ୍ୟାମେରା – ସେଲଫି କ୍ୟାମେରା, ଭିଭା ଭିଡିଓ ଏଡିଟର୍, ଟେନ୍ସେଣ୍ଟ କ୍ରାଇଭର, ଅନ୍ମୋଜି ଆରେନା, ଆପଲକ୍ ଏବଂ ଡୁଆଲ୍ ସ୍ପେସ୍ ଲାଇଟ୍ ଭଳି ଆପ୍ଲିକେସନ ରହିଛି | ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ୫୯ ଟି ଚାଇନିଜ୍ ଆପ୍ ବ୍ୟାନ କରିଥିଲେ । ଲଦାଖ ସୀମାରେ ଚୀନ୍ ସହିତ ହିଂସାତ୍ମକ ସଂଘର୍ଷର କିଛି ଦିନ ପରେ ଦେଶର ସୁରକ୍ଷା ପାଇଁ ଦେଶରେ କାର୍ଯ୍ୟ କରୁଥିବା ଅନେକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତି । ଯେଉଁଥିରେ ସବୁଠୁ ଲୋକ ପ୍ରିୟ ଥିଲା ଟିକଟକ ଆପ୍ଲିକେସନ | ଏହାକୁ ମିଶାଇ କେନ୍ଦ୍ର ସରକାର ୨୨୪ ଚାଇନିଜ ଆପକୁ ବ୍ୟାନ କରିଛନ୍ତି ।