କରୋନା ଟିକାକରଣରେ ଭାରତର ବଡ ସଫଳତା । ୭୦ କୋଟିରୁ ଉର୍ଦ୍ଧ୍ବ ଟିକାକରଣ କରି ନୂଆ ରେର୍କଡ଼ କରିଛି ଭାରତ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୧୩ ଦିନରେ ମଧ୍ୟରେ ଦିଆଯାଇଛି ୧୦ କୋଟି ଡୋଜ୍ । ଶେଷ ୩ ଦିନ ଧରି ପ୍ରତ୍ୟକ ଦିନ ପ୍ରାୟ କୋଟିଏରୁ ଅଧିକ ଲୋକଙ୍କୁ ଦିଆଯାଇଛି ଭ୍ୟାକ୍ସିନ । ତେବେ ପୂର୍ବ ସୂଚନା ଅନୁଯାୟୀ ପ୍ରଥମ ୧୦ କୋଟି ଡୋଜ୍ ଦେବା ପାଇଁ ୮୫ ଦିନ ସମୟ ଲାଗିଥିଲା । ଏବଂ ଦ୍ୱିତୀୟ ୧୦ କେଟି ଡୋଜ୍ ପାଇଁ ୪୫ ଦିନ, ତୃତୀୟ ୧୦ କୋଟି ଡୋଜ୍ ପାଇଁ ୨୪ ଦିନ, ଚତୁର୍ଥ ୧୦ କୋଟି ଡୋଜ୍ ପାଇଁ ୨୦ ଦିନ ଏବଂ ପଞ୍ଚମ ୧୦ କୋଟି ଡୋଜ୍ ପାଇଁ ୧୯ ଦିନ ଲାଗିଥିଲା । କିନ୍ତୁ ଏଥର ସବୁଠାରୁ କମ ଦିନ ମଧ୍ୟରେ ୧୦ କୋଟି ଡୋଜ ଦେଇ ରେର୍କଡ଼ କରିଛି ଭାରତ । ପ୍ରାୟ ୬୦ ରୁ ୭୦ କୋଟି ଡୋଜ୍ ଦେବା ପାଇଁ ମାତ୍ର ୧୩ ଦିନ ସମୟ ଲାଗିଛି । ଏଥିରୁ ଦେଶରେ ଟିକାକରଣର ପ୍ରକ୍ରିୟା ବେଶ ଜୋରସୋରରେ ଚାଲିଥିବା ଜଣାପଡିଛି ଏବଂ ଜନସାଧାରଣଙ୍କ ମଧ୍ୟରେ କରୋନାକୁ ନେଇ ସଚେତନତା ବଢୁଥିବା ଦେଖିବାକୁ ମିଳିଛି । ତେବେ ବର୍ଷ ଶେଷ ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ପୂରଣ କରିବା ପାଇଁ ହେଲେ ଦୈନିକ କୋଟିଏରୁ ଅଧିକ ଟିକା ଦେବାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରି ଆସୁଛନ୍ତି ।
#indiafightcorona #covid19 #vaccination #india #NNSODIA