ଓଡ଼ିଶାରେ ହୋଇପାରୁଛି କାଶ୍ମୀର କେଶର । ମୋଗ୍ରା କେଶର ଚାଷ କରି ଚର୍ଚ୍ଚାରେ ଝାରସୁଗୁଡ଼ାର ସୁଜାତା ଅଗ୍ରୱାଲ । ଛୋଟିଆ ଘରେ AC ଲଗାଇ ଫୁଟାଇଛନ୍ତି ଶହେରୁ ଅଧିକ ଫୁଲ । ଖର୍ଚ୍ଚ କରିଛନ୍ତି ସାଢ଼େ ୮ ଲକ୍ଷ, ୨୪ ଲକ୍ଷରୁ ଅଧିକ ଆୟ ଲକ୍ଷ୍ୟ ।
ବହୁମୂଲ୍ୟ, ସୁଗନ୍ଧ ଏବଂ ଔଷଧୀୟ ଗୁଣରେ ଭରପୂର କେଶର । ଏହି କେଶର ଚାଷ ସାଧାରଣତଃ କାଶ୍ମୀରରେ ହୋଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କାଶ୍ମୀରରେ ହେଉଥିବା ମୋଗ୍ରା କେଶର ଚାଷ ଓଡ଼ିଶାରେ ବି ହୋଇପାରୁଛି । ଝାରସୁଗୁଡାରେ ଫୁଟିଛି କାଶ୍ମୀରର କେଶର l ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଝାରସୁଗୁଡ଼ା ମଙ୍ଗଳ ବଜାରର ସୂଜାତା ଅଗ୍ରୱାଲ । ଦୃଢ଼ ଇଚ୍ଛା ଶକ୍ତି ଏବଂ ପରିବାରର ସହଯୋଗରେ ନିଜ ଘରେ ଲକ୍ଷାଧିକ ଟଙ୍କାର କେଶର ଚାଷ କରିଛନ୍ତି ସୂଜାତା l ଆସନ୍ତୁ ଦେଖିବା କାଶ୍ମୀର ବାହାରେ କାଶ୍ମୀରର ଚିତ୍ର ।
ବହୁମୂଲ୍ୟ, ସୁଗନ୍ଧ ଏବଂ ଔଷଧୀୟ ଗୁଣରେ ଭରପୂର କେଶରର ବ୍ୟବହାର ସମସ୍ତେ ଜାଣନ୍ତି । ଏହି କେଶର ଚାଷ ସାଧାରଣତଃ କାଶ୍ମୀରରେ ହୋଇଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କାଶ୍ମୀରରେ ହେଉଥିବା ମୋଗ୍ରା କେଶର ଚାଷ ଓଡ଼ିଶାରେ ବି ହୋଇପାରୁଛି । ଝାରସୁଗୁଡ଼ା ମଙ୍ଗଳ ବଜାରର ସୁଜାତା ଅଗ୍ରୱାଲ ଏହି ଚାଷ କରି ଦେଖାଇଛନ୍ତି । ବାଇଗଣୀ ରଙ୍ଗର ଏହି ଫୁଲଟି ହେଉଛି କାଶ୍ମୀର ମୋଗ୍ରା କେଶର ଫୁଲ । ଫୁଲ ଭିତରେ ଲାଲ ରଙ୍ଗର ତିନୋଟି ଅଂଶ ହେଉଛି କେଶର । ସୁଜାତାଙ୍କ ଘରେ ଫୁଟିଛି ଏଭଳି ଶହେରୁ ଅଧିକ କେଶର ଫୁଲ । ସୁଜାତା ନିଜ ଘରେ ଏହି କେଶ ଚାଷ କରିଛନ୍ତି । ୧୦ ଫୁଟରେ ୧୦ ଫୁଟର ଏକ ଛୋଟ ଘରେ ଏସି ଲଗାଇ କେଶର ଚାଷ କରିଛନ୍ତି । ସୁଜାତା କହିଛନ୍ତି, ଯେହେତୁ ମାଇନସ୍ ଡିଗ୍ରୀରେ ଏହି କେଶର ଚାଷ କରାଯାଇଥାଏ, ସେଥିପାଇଁ ଘରକୁ ଶୀତତାପ ନିୟନ୍ତ୍ରଣ କକ୍ଷରେ ପରିଣତ କରିଛନ୍ତି । କେଶର ବିହନ ସଂଗ୍ରହ କରିବାଠାରୁ ଆରମ୍ଭ କରି ଉପଯୁକ୍ତ ମାଟିର ବ୍ୟବସ୍ଥା କରିବା ଥିଲା ଆହ୍ବାନପୂର୍ଣ୍ଣ । ପ୍ରଥମ ଛୋଟ ଛୋଟ ପ୍ଲାଷ୍ଟିକ ପାତ୍ରରେ କେଶର ବିହନ ପକାଯାଇଥାଏ । ତାହା ଗଜା ହେବା ପରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ରଖାଯାଇଥାଏ ।
ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୁଜାତା ଏହି କେଶର ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ବିହନ କାଶ୍ମୀରରୁ ମଗାଇବା ସହ ସ୍ବତନ୍ତ୍ର ମାଟି ପ୍ରସ୍ତୁତି କରିଥିଲେ । ଜୁଲାଇ ମାସରୁ କେଶର ଚାଷ ଆରମ୍ଭ କରିଥିଲେ, ୪ ମାସ ପରେ ଅକ୍ଟୋବରରେ ଏହା ଅମଳକ୍ଷମ ହୋଇପାରିଛି । କେଶର ଫୁଲ, ହଳଦିଆ ଅଂଶ ବା ଷ୍ଟେମେନ୍ସ ସହିତ ଫୁଲ ଭିତରେ ଥିବା ଲାଲ୍ ଅଂଶ ବା କେଶର ଉତ୍ପାଦନ କରିଛନ୍ତି । ଏହାକୁ ବିକ୍ରି କରି ୨୪ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିବେ ବୋଲି ସେ ଆଶା କରିଛନ୍ତି ।
ଉଭୟ ଅଫ୍ ଲାଇନ ଏବଂ ଅନଲାଇନରେ ଏହି କେଶରକୁ ବିକ୍ରି କରିବେ ସୁଜାତା । ଏହା ଏକ ଲାଭଦାୟକ ଚାଷ ହୋଇଥିବାରୁ ଆଗାମୀ ଦିନରେ ବିହନ ବିକ୍ରି କରିବା ସହ କେଶର ଚାଷ ପାଇଁ ଯୁବ ପିଢ଼ିକୁ ତାଲିମ ପ୍ରଦାନ କରିବେ ବୋଲି କହିଛନ୍ତି ସୁଜାତା ।