ଦେଶର ଇତିହାସରେ ବୋଧହୁଏ ଏହା ପ୍ରଥମ କି କୌଣସି ସରକାରଙ୍କ କ୍ୟାବେନେଟ୍ ବୈଠକ ମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର ୧୬ ତାରିଖରେ ଯୋଗୀ ସରକାରଙ୍କ ଆଗାମୀ କ୍ୟାବିନେଟ୍ ବୈଠକ କାଶୀ ବିଶ୍ୱନାଥ ମନ୍ଦିରରେ ଆୟୋଜନ ହେବ ବୋଲି ଜଣାଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉଭୟ ଦୁଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋୖର୍ଯ୍ୟ ଏବଂ ଡା ଦିନେଶ ଶର୍ମାଙ୍କ ସହିତ ଅନ୍ୟ ମନ୍ତ୍ରୀ ଓ ଅôଦକାରୀମାନେ ଉପସ୍ଥିତ ରହିବେ । ଆଗାମୀ ବିଧାନସଭା ନିର୍ବାଚନରେ ପୁଣି ଥରେ ବିଜେପି ସରକାର କ୍ଷମତାକୁ ଆସିବା ପାଇଁ ବିଜେପିର ଏହା ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି । ଏହା ମାଧ୍ୟମରେ ବିଜେପି ସରକାର ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି ଯେ, ଲକ୍ଷ୍ନୌ ପରେ ବାରାଣାରୀ ହେଉଛି ୟୁପିର ରାଜଧାନୀ ।