ଆଜିଠୁ ପୁଣି ଭିଜିବ ଓଡ଼ିଶା | ହାଲୁକା ବର୍ଷା ହେବ ଆଜିଠୁ । ୧୧ ତାରିଖରେ ବର୍ଷାର ପରିମାଣ ବଢିବ । ରାଜ୍ୟରେ ଦୁଇ ଦିନ ରହିବ ପଶ୍ଚିମା ଝଡ଼ର ପ୍ରଭାବ | ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଡିବ ଏହାର ପ୍ରଭାବ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବର୍ଷା ସହିତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପଡ଼ିବ । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ ବିଭାଗର ପରାମର୍ଶ । ଛତିଶଗଡ଼ ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ଅଞ୍ଚଳରେ ୯ ଓ ୧୦ ତାରିଖରେ ପାଗ ମେଘୁଆ ରହିବା ସହ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ୧୧ରୁ ପୁଣି ପାରଦ ତଳମୁହାଁ ହେବ, ବଢିବ ଶୀତ । ୩ ରୁ ୪ ଡ଼ିଗ୍ରୀ ଯାଏଁ ଖସିବ ରାତି ତାପମାତ୍ରା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।