<h3>ଚଳିତବର୍ଷ ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା ।ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପୂର୍ବରୁ ଆଇଏମଡିର ପୂର୍ବାନୁମାନ । ଚଳିତବର୍ଷ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ହାରାହାରି ୧୦୬ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି । କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । କିନ୍ତୁ ଉତ୍ତର -ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଏହିସବୁ ଅଂଚଳରେ ୯୪ ପ୍ରତିଶତରୁ କମ ବୃଷ୍ଟିପାତ ହୋଇପାରେ ।</h3> <img class=" wp-image-28188 aligncenter" src="https://nnsodia.com/wp-content/uploads/2024/05/Bijuli-GDN-1200x627-4-300x157.jpg" alt="" width="528" height="276" /> <h3>ସେହିପରି ଉତ୍ତର-ପଶ୍ଚିମ ଭାରତରେ ସ୍ୱାଭାବିକ ବୃଷ୍ଟିପାତ ହେବ ।ଓଡିଶାରେ ମଧ୍ୟ ସ୍ୱାଭାବିକଠାରୁ କମ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଆସନ୍ତା ୪ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଇଏମଡି ଡିଜି କହିଛନ୍ତି । ଅନ୍ୟପଟେ ଚଳିତବର୍ଷ ଜୁନ ମାସରେ ଉତ୍ତର-ପଶ୍ଚିମ ଭାରତ ଏବଂ ଏହାର ଆଖପାଖ ଅଂଚଳରେ ତୁଳନାତ୍ମକ ଭାବେ ଅଧିକ ଦିନ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ତେବେ ବର୍ତ୍ତମାନ ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ ରାଜସ୍ଥାନରେ ୫୦ ଏବଂ ଦିଲ୍ଲୀରେ ୪୮ ଡିଗ୍ରୀ ପାର କରିଛି ପାରଦ ।</h3>