ଜଟଣୀ ମୁଖ୍ୟ ରାସ୍ତାର ପୌରପାଳିକା ଛକ ନିକଟରେ ଏକ ଗୋଦାମ କଡ଼ରେ ଜନୈକ ଵ୍ୟକ୍ତିଙ୍କ ପ୍ଲଟ ପଛ ରାସ୍ତାକୁ ଲାଗି ଦୀର୍ଘବର୍ଷ ଧରି ଆଜବେଷ୍ଟସ୍ ଦୋକାନ ଘର ହୋଇଥିବା ଚାରୋଟି ଦୋକାନ ଗୃହକୁ ମଙ୍ଗଳବାର ମ୍ୟୁନିସିପାଲଟି ଜେସିପି ସାହାଯ୍ୟରେ ଭାଙ୍ଗି ଧୂଳିସାତ୍ କରିଦିଆଯାଇଛି l ମିଳିଥିବା ସୂଚନା ମୁତାବକ ବ୍ୟକ୍ତିଙ୍କ ପ୍ଲଟ କଡ଼ରେ ଏହି ଦୋକାନ ଘର ଗୁଡିକ ଥିବାରୁ ସେ ମୁଖ୍ୟରାସ୍ତା ପଟକୁ ବାଟ ଖୋଲି ପାରୁନଥିଲେ, ଯାହାକୁ ନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ l ପରେ ନ୍ୟାୟପାଳିକାଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାପ୍ରଶାସନ ତତ୍ପର ହୋଇ ଏହି ଘର ଗୁଡିକୁ ଭାଙ୍ଗି ଦେଇଛନ୍ତି l ଏହି ଉଛେଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ରମେଶଚନ୍ଦ୍ର ମଲିକ୍, ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି, ଥାନାଧିକାରୀ ଦୟାନିଧି ନାୟକ, ମ୍ୟୁନିସିପାଲଟି ଟ୍ୟାକ୍ସ ଓ ଲାଇସେନ୍ସ ବିଭାଗ ପକ୍ଷରୁ ପ୍ରଭାତ ରଞ୍ଜନ ବାରିକ ଏବଂ ତ୍ରିଲୋଚନ ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ l ଅପରପକ୍ଷେ ପୌରାଞ୍ଚଳର ପ୍ରତ୍ୟେକ ଗଳିକନ୍ଦିରେ ରାସ୍ତା ସଙ୍କୁଚିତ କରାଯାଇ ବେଆଇନ୍ ନିର୍ମାଣ ହୋଇ ବଜାର୍ ଘାଟ ନିର୍ମାଣ ହୋଇ ଚାଲିଥିଲା ବେଳେ ପ୍ରଶାସନର ନିରବତା ଉପରେ ଅନେକ୍ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି l ତେବେ ଆଗକୁ ଦେଖିବାକୁ ଅଛି ସ୍ଥାନୀୟ ପ୍ରଶାସନ ଆଗକୁ ଏପରି ବେଆଇନ ଉଛେଦ ଜାରି ରଖିବ ନା ଚୁପ୍ ହୋଇ ବସି ରହିବ I