ଜଣେ ଓଡ଼ିଆ ଆଇଆଇଟି ପ୍ରଫେସର । କିନ୍ତୁ ତାଙ୍କ ବେଶଭୁଷା ବେଶ୍ ସାଧାରଣ । ଧୋତି, କୁର୍ତ୍ତା ପିନ୍ଧବା ସାଙ୍ଗକୁ ବେକରେ ପଡ଼ିଥାଏ ଏକ ତୁଳସୀ ମାଳ । ଏଭଳି ସାଧାରଣ ପୋଷାକରେ ସେ ଇଞ୍ଜିନିୟରିଂ କଲେଜରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଏହି ପ୍ରଫେସର ଜଣକ କେବଳ ଭାରତରେ ନୁହେଁ ୩୨ ଟି ଦେଶରେ ବିଭିନ୍ନ ଆଇଆଇଟି କଲେଜରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଇ ସାରିଛନ୍ତି । ଆଜି ଆମେ ଓଡ଼ିଆ ଆଇଆଇଟି ପ୍ରଫେସର ଡ. ରଞ୍ଜନ କୁମାର ବେହେରାଙ୍କ ବିଷୟରେ କହିବୁ । ଡ. ବେହେରା ପାଟଣା ଆଇଆଇଟିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଏଚଓଡି ଥିଲେ ଏବଂ ଏବେ ଆସୋସିଏଟ୍ ପ୍ରଫେସର ଅଛନ୍ତି । ସେ ୩୨ ଟି ଦେଶରେ ଶ୍ରୀମଦ୍ ଭଗବତ ଗୀତାର ପ୍ରଚାର ପ୍ରସାର କରିସାରିଲେଣି । ଡ. ବେହେରା ଏନଆଇଟି ରାଉରକେଲାୁ ବିଟେକ୍ କରିଛନ୍ତି । କାନପୁର ଆଇଆଇଟିରୁ ଏମ୍ଟେକ୍ କରିଛନ୍ତି । ଏହାପରେ ହଂକଂ, ଆବୁଧାବି, ଆମେରିକାରେ ଚାକିରି କରି ସାରିଛନ୍ତି । ତାଙ୍କୁ ପଚରାଗଲା ଆପଣ ଜଣେ ଉଚ୍ଚ ଶିକ୍ଷିତ ହୋଇ ଧୋତି ଆଉ କୁର୍ତ୍ତା କାହିଁକି ପୁନ୍ଧୁଛନ୍ତି ଏହାର ଉତ୍ତରରେ ସେ କହିଲେ ଏହା ହେଉଛି ଭାରତର ସଂସ୍କୃତି, ପରମ୍ପରା । ସେ କୁହନ୍ତି ଭାରତରେ ଏହି ପୋଷାକକୁ ସମସ୍ତେ ଥଟ୍ଟାମଜା କରନ୍ତି କିନ୍ତୁ ବାହାର ଦେଶରେ ଏହାକୁ ସମସ୍ତେ ବହୁତ ଭଲ ପାଆନ୍ତି ଏବଂ ସମ୍ମାନ ବି ଦିଅନ୍ତି । ଏପରିକି ଏହି ପୋଷାକ ପିନ୍ଧିକି ଗଲେ ବାହାର ଏୟାରପୋର୍ଟରେ ସୁରକ୍ଷାକର୍ମୀ ଓ ଅଫିସରମାନେ ସାଲ୍ୟୁଟ୍ ମଧ୍ୟ ମାରିଥାନ୍ତି । ଅନେକ ଭାରତର ସଂସ୍କୃତି ବିଷୟରେ ଅଧିକ ଜାଣିବା ଆଗ୍ରହ ମଧ୍ୟ ପ୍ରକାଶ କରନ୍ତି ବୋଲି ସେ କୁହନ୍ତି । ଆପଣ ସମସ୍ତେ ଜାଣିଥିବେ ଚର୍ଚ୍ଚରେ ପ୍ରତି ରବିବାର ବାଇବେଲ୍ ପାଠ କରାଯିବା ସହ ସମସ୍ତେ ଏକାଠି ହୋଇ ପ୍ରେୟାର କରିଥାନ୍ତି କିନ୍ତୁ ଆମେରିକାରେ ଡ. ବେହେରା ପ୍ରତି ରବିବାର ଚର୍ଚ୍ଚୁକୁ ଯାଇ ଶ୍ରୀମଦ୍ ଭଗବତ୍ ଗୀତାର ପ୍ରବଚନ ଦେଇଥାନ୍ତି । ତାଙ୍କର ଏହି ପ୍ରବଚନ ଶୁଣିବା ପାଇଁ ବହୁ ଲୋକଙ୍କ ମଧ୍ୟ ଭିଡ଼ ଜମେ । ସେ କୁହନ୍ତି ଶ୍ରୀମଦ୍ ଭଗବତ୍ ଗୀତା ହେଉଛି ଟାଇମଲେସ୍ ସାଇନ୍ସ ବା ଅନନ୍ତ ବିଜ୍ଞାନ , ଯାହାର କେବେ ଶେଷ ନାହିଁ । ସେ କୁହନ୍ତି ଶିକ୍ଷା ଜ୍ଞାନ ଦିଏ କିନ୍ତୁ କøଶଳ ଶିଖାଇ ନଥାଏ । କøଶଳ କେବଳ ଭଗବତ ଗୀତାରୁ ଆସିଥାଏ । ଗତ ୧୨ ବର୍ଷ ହେଲା ସେ ପାଟଣା ଆଇଆଟିରେ ପିଲାଙ୍କୁ ପାଠ ପଢ଼ାଇବା ସହ ଗୀତାର ଜ୍ଞାନ ମଧ୍ୟ ବୁଝାଇ ଆସୁଛନ୍ତି ।