କେନ୍ଦ୍ରାପଡା ଟାଉନ ମଢିଆଳ ବଜାର ରେ ମା ଦୁର୍ଗା ଙ୍କ ଅଷ୍ଟମୀ ପୂଜା ଚାଲୁ ଥିବା ସମୟ ରେ କେନ୍ଦ୍ରାପଡ଼ା ଟାଉନ ପୋଲିସ ପକ୍ଷରୁ ଦେଖିବାକୁ ମିଳିଛି ମାତ୍ରା ଧିକ କାର୍ଯ୍ୟାନୁଷ୍ଠାନ , କୋଭିଡ଼ ନିୟମ ଉଲଙ୍ଘନ ଆଳରେ ମନ୍ଦିର ଭିତରେ ପଶି ବ୍ରାହ୍ମଣ ଙ୍କୁ ଉଠେଇ ନେଲେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅଧିକାରୀ , ମା ଙ୍କ ପୂଜା ସମୟ ରେ ଏଭଳି ବିଭ୍ରାଟ ଘଟାଇ ଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ର ବାତାବରଣ ସୃଷ୍ଟି ହୋଇଛି , ପୂଜା ବନ୍ଦ୍ କରି ମା ଙ୍କ ମନ୍ଦୀର ତାଲା ପକାଇବା କୁ ବିରୋଧ କରି ମଢିଆଳ ପୂଜା କମିଟି ସଦସ୍ୟ ମାନେ ଓ ସାଧାରଣ ଭକ୍ତ ମାନେ ମଢ଼ିଆଳ ବଜାର ର ମୁଖ୍ୟ ରାସ୍ତା କୁ ଅବରୋଧ କରି ଧାରଣା ଦେଇ ଟାଉନ ଥାନା ଅଧିକାରୀ ଙ୍କ ନିଲମ୍ବନ ଦାବି କରିଥିଲେ, ମଢିଆଳ ବଜାର ରେ ପ୍ରାୟ ଦୁଇ ଘଣ୍ଟା ରୁ ଉର୍ଦ୍ଧ ସମୟ ରାସ୍ତା ଅବରୋଧ କରିଥିଲେ ପୁଜା କମିଟି ର ସଦସ୍ୟ ଓ ସାଧାରଣ ଭକ୍ତ ମାନେ , ବେଶ୍ କିଛି ସମୟ ହୋ ହାଲା ପରେ ଚାପରେ ପଡ଼ି କେନ୍ଦ୍ରାପଡ଼ା ଟାଉନ୍ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତ ରାୟ ବ୍ରାହ୍ମଣ ଙ୍କୁ ଛାଡ଼ିବାରୁ ରାସ୍ତା ଅବରୋଧ ହଟିଥିଲା , ଆସନ୍ତୁ ଶୁଣି ରଖିବା ସ୍ଥାନୀୟ ପୂଜା କମିଟି ସଦସ୍ୟ ଏ ବାବଦ କୁ କଣ କହୁଛନ୍ତି….