ଭୁବନେଶ୍ୱର,୧୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଅନେକ ଲୋକ ଅଛନ୍ତି ଯେତେ ରୋଜଗାର କଲେ ବି କାହିଁ ଅଣ୍ଟେନି ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ସବୁ ଖର୍ଚ୍ଚ ହୋଇଯାଏ । ଯାହାଦ୍ୱାରା କରଜ ସମସ୍ୟା ବଢିଚାଲେ । କିଛି ବାସ୍ତୁ ଦୋଷ କାରଣରୁ ଏହି ସମସ୍ୟା ଲାଗି ରହିଥାଏ। ଶାସ୍ତ୍ରରେ ଏଭଳି କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ।
-ବାସ୍ତୁ ଶାସ୍ତ୍ର ଅନୁଯାୟୀ, କରଜ ସମସ୍ୟା ଲାଗି ରହୁଥିଲେ, ଏଥିରୁ ମୁକ୍ତି ପାଇଁ ମଙ୍ଗଳବାର ଖୁବ ଫଳପ୍ରଦ। ମଙ୍ଗଳବାର ଦିନ କରଜ ଆଣିଥିବା ବ୍ୟକ୍ତିଙ୍କୁ ଟଙ୍କା ଫେରାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ।
-ଘରର ଗାଧୁଆଘର ସଠିକ ଦିଗରେ ହେବା ନିତାନ୍ତ ଆବଶ୍ୟକ। ଘରର ଗାଧୁଆଘର କଦାପି ଦକ୍ଷିଣ-ପଶ୍ଚିମ ଦିଗରେ କରନ୍ତୁ ନାହିଁ। ଏହାଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।
-ବାସ୍ତୁ ଅନୁଯାୟୀ, ଆର୍ଥିକ ସମସ୍ୟା ଦୂର ପାଇଁ ଘରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ଉତ୍ତର ଦିଗରେ ମା’ଲକ୍ଷ୍ମୀ ଓ କୁବେରଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ। ଖୁବ ଶୀଘ୍ର କରଜରୁ ମୁକ୍ତି ମିଳିବ।
-ବାସ୍ତୁ ଅନୁଯାୟୀ , ଘରର ଆଲମିରା କରଜରୁ ମୁକ୍ତି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଏହାକୁ ସର୍ବଦା ଉତ୍ତର ଦିଗରେ ହିଁ ରଖନ୍ତୁ।
-ଘରର କିମ୍ବା ବ୍ୟବସାୟ କ୍ଷେତ୍ରରେ କାନ୍ଥ କଦାପି ଗାଢ ନୀଳ ରଙ୍ଗର କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ସହ କରଜ ସମସ୍ୟା ଲାଗି ରହିଥାଏ।
-ଖାଦ୍ୟ ସେବନ ପରେ ତୁରନ୍ତ ଅଇଁଠା ଉଠାଇବା ସହ ଏହି ବାସନକୁ ମାଜି ଦିଅନ୍ତୁ। ଅଇଁଠା ବାସନ ଆଦୌ ଅଧିକ ସମୟ ଯାଏଁ ପକାଇ ରଖନ୍ତୁ ନାହିଁ। ରୋଷେଇ ଘରେ ବାସନ ପକାଇ ରଖିବା ଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।