ମାଟିରେ ମିଶିଲା ହାଇଦର । ଶେଷରେ ପୂର୍ଣ୍ଣଛେଦ ପଡିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର କଳାସାମ୍ରାଜ୍ୟ ପୃଷ୍ଠାରେ । କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଆଜି ଜନ୍ମମାଟି ରଣପଡା ଗାଁ କବରସ୍ଥାନରେ ଗ୍ୟାଙ୍ଗଷ୍ଟର ହାଇଦରର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାତି ପ୍ରାୟ ୮ ଟା ସମୟରେ ବାଲେଶ୍ବରରୁ ହାଇଦରର ମରଶରୀରକୁ ତାଙ୍କ ପରିବାର ବର୍ଗ ଆଣି ରଣପଡାରେ ପହଞ୍ଚାଇଥିଲେ । ହାଇଦରର ମରଶରୀର କେନ୍ଦ୍ରାପଡା ସହରରେ ପହଞ୍ଚିବାପରେ ସମ୍ଭାବ୍ୟ ଗଣ୍ଡଗୋଳର ଆଶଙ୍କାରେ ଜିଲ୍ଲାପ୍ରଶାସନ ସହର ଓ ଏହାର ଆଖପାଖ ୪ଟି ପଞ୍ଚାୟତରେ ୧୪୪ ଧାରା ଜାରିକରି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିଲେ । ଘଟଣାକୁ ଗୁରୁତ୍ବ ଦେଇ କେନ୍ଦ୍ରାଞ୍ଚଳ ଆଇ ଜି ନରସିଂହ ଭୋଳ ନିଜେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ହାଇଦରର ମରଶରୀରକୁ କବରସ୍ଥାନ ମସଜିଦ ନିକଟରେ ରଖାଯାଇ ପୂଜାପାଠ ଶେଷରେ ଶବକୁ କଫିନରେ ରଖାଯାଇଥିଲା । ଏହାପରେ ହାଇଦରର ପରିବାର ଓ ସାହି ପଡ଼ିଶାମାନେ ମିଶି ଶବକୁ କବସ୍ଥାନକୁ ନେଇ କବର ଦେଇଛନ୍ତି । ହାଇଦରର ଶେଷ କୃତ୍ୟ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଥିବାରୁ ଆଇ ଜି ଶ୍ରୀ ଭୋଳ କେନ୍ଦ୍ରାପଡା ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
#encounter #hyder #NNSODIA