ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ବିବାହ ବେଦୀରେ ସ୍ତ୍ରୀର ହାତ ଧରିଥିଲା ସ୍ୱାମୀ । ଦଶ ଦୋଷକୁ କ୍ଷମା କରିବ ବୋଲି କଥା ଦେଇଥିଲା । ସାତ ଜନ୍ମକୁ ସାଥି ହୋଇ ରହିବ ବୋଲି କଥା ମଧ୍ୟ ଦେଇଥିଲା । ହେଲେ ସାତ ଜନ୍ମ ତ ଦୁରର କଥା ଗୋଟେ ଜନ୍ମ ବି ସ୍ତ୍ରୀର ସାଥି ହୋଇ ରହି ପାରିଲା ନାହିଁ ସ୍ୱାମୀ । ଦଶ ଦୋଷକୁ କ୍ଷମା କରିବା ତ ଦୂରର କଥା ସ୍ତ୍ରୀ ସାମାନ୍ୟ ଭୁଲ ପାଇଁ ସୈତାନ ସାଜିଲା ସ୍ୱାମୀ । ନୃଂଶସ ସାଜି ସ୍ତ୍ରୀକୁ କିଲବିଲ କରି ମାରିଦେଲା ସ୍ୱାମୀ । ସ୍ତ୍ରୀକୁ ଅତି ହାଣିଲା ସେତିକିରେ ମନ ବୁଝିଲାନି ଯେ ସ୍ତ୍ରୀର ମାଂସକୁ ଗରମ ପାଣି କଡେଇରେ ପକାଇ ସଝାଇଲା । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପାକିସ୍ଥାନରେ । କରାଚୀ ନିକଟସ୍ଥ ଥିବା ଗୁଲସନ- ଇକ୍ୟୁବାଲରେ ଥିବା ଏକ ପରିତ୍ୟକ୍ତ ସ୍କୁଲରେ ଆସିକ ହୁସେନ ସ୍ତ୍ରୀ ନର୍ଗିସ ଓ ୬ ଛୁଆଙ୍କ ସହିତ ବସବାସ କରନ୍ତି । ଆଖପାଖରେ କୌଣସି ଜନବସତି ନଥିଲା । ତେଲଲୁଣ ସଂସାରର ସବୁ ଥିଲା ଠିକଠାକ । ହେଲେ ହଠାତ ସାମାନ୍ୟ ଏକ କାରଣରୁ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଦେଖା ଦେଇଥିଲା କଳହ । ଏହି କଳହ ଏତେ ଉଗ୍ର ରୂପ ନେଇଥିଲା ଯେ ଶେଷରେ ପିଶାଚ ସ୍ୱାମୀ ପାଲଟି ଯାଇଥି ଲା ପୀଶଚ । ଶ୍ୱାସରୁଦ୍ଧ କରି ସ୍ତ୍ରୀକୁ ମାରିବା ପରେ ତାକୁ କୁରାଢୀରେ ଟିକଟିକ ହାଣି ଦେଇଥିଲା । ପରେ ଗୋଟେ ଗରମ ପାଣି ଥିବା କଡେଇରେ ସ୍ତ୍ରୀର କଟା ମାଂସକୁ ସିଜାଇ ଦେଇଥିଲା । ଏ ସମସ୍ତ ଘଟଣାର ମୂକସାକ୍ଷୀ ଥିଲା ପିଶାଚ ସ୍ୱାମୀର ବଡ଼ ଝିଅ । ଦୌଡି ଯାଇ ଗାଁ ଲୋକଙ୍କୁ କହିବା ପରେ ୩ ଛୁଆଙ୍କୁ ଧରି ଆସିକ ହୁସେନ କେଉଁଆଡେ ଫେରାର ହୋଇ ଯାଇଛି ।