ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ପବିତ୍ର | କିନ୍ତୁ ଏଠାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ପାଇଁ ପାଲଟିଲେ ସୈତାନ | ପାଶବିକ ଅତ୍ୟାଚାରର ସମସ୍ତ ସୀମା ଟପିଗଲେ ସ୍ୱାମୀ | ଯାହାଙ୍କୁ ସାତଜନ୍ମର ସାଥି କରି ଘରକୁ ଆଣିଥିଲେ ସାଙ୍ଗମାନଙ୍କ ସହ ତାଙ୍କୁ କଲେ ଦୁଷ୍କର୍ମ | ଫାର୍ମ ହାଉସରେ ସାଙ୍ଗମାନଙ୍କ ସାମ୍ନାରେ ପତ୍ନୀଙ୍କୁ ନଗ୍ନ କରି ନାଚିବାକୁ ବାଧ୍ୟ କରିଥିଲେ ସ୍ୱାମୀ | ପତ୍ନୀ ଏଥିରେ ରାଜି ନହେବାରୁ ସାଙ୍ଗମାନଙ୍କ ସହ କରିଥିଲେ ଗଣଦୁଷ୍କର୍ମ | ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଇନ୍ଦୋର ଅଂଚଳରୁ |
ସ୍ୱାମୀ ଏବଂ ତାଙ୍କ ସାଙ୍ଗମାନଙ୍କ ଏଭଳି ଅତ୍ୟାଚାରକୁ ନେଇ ମହିଳା ଜଣକ ଇନ୍ଦୋରର ଏକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କ ସହ ତାଙ୍କର ପାଞ୍ଚଜଣ ସାଙ୍ଗଙ୍କୁ ଗିରଫ କରିଛି । ୩୨ ବର୍ଷୀୟ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆହୁରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ୱାମୀ ତାଙ୍କର ଅନ୍ୟ 5 ଜଣ ସହଯୋଗୀଙ୍କ ସହ ମିଶି ଅପ୍ରାକୃତିକ ଯୌନ ସମ୍ଭୋଗ ମଧ୍ୟ କରିଥିଲେ।
ଇନ୍ଦୋର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ପୀଡିତା ମହିଳା ଛତିଶଗଡର ବାସିନ୍ଦା। ସେ ଜଣେ ସରକାରୀ ଶିକ୍ଷୟିତ୍ରୀ | ଅଭିଯୁକ୍ତ ସ୍ୱାମୀଙ୍କର ମହିଳାଙ୍କ ସହ ଏକ ମାଟ୍ରିମୋନୀ ସାଇଟରୁ ପରିଚୟ ହୋଇଥିଲା | ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।