<h3>ବଜାର ରେ ଏବେ ଅନେକ ଜିନିଷ ନକଲି ବିକ୍ରି ହେଉଛି । ତେବେ ଆପଣ ନୀତିଦିନରେ ବ୍ୟବହାର କରୁଥିବା ଜିନିଷ ଅସଲି କି ନକଲି ତାହା ଜାଣନ୍ତି କି ? ରାତି ପାହିଲେ ଆମେ ଖାଦ୍ୟ ଉପରେ ନିର୍ଭର କରିଥାଉ .. ହେଲେ ଖାଦ୍ୟ ରେ ପଡୁଥିବା ମସଲା ଅସଲି କି ନକଲି ତାହା ଆମେ ଜାଣି ନଥାଉ ..ହେଲେ ସେସବୁ ଜାଣିବା ଆମ ପାଇଁ ନିହାତି ଜରୁରୀ | ତେବେ ଆସନ୍ତୁ ଜାଣିବା ଖାଇବାରେ ପଡୁଥିବା ମସଲା କୁ କେମିତି ଜାଣିବା ତାହା ଅସଲି କି ନକଲି ଘରୋଇ ଉପାୟରେ । ପ୍ରଥମେ ଲଙ୍କାଗୁଣ୍ଡ . ଯାହା ଖାଦ୍ୟରେ ସ୍ୱାଦ ବଢାଇଥାଏ ଯାହାର ଅଭାବ ରେ ସବୁ ଅଲୋଡା ଲାଗେ . ଯଦି ଆପଣ ନକଲି ଲଙ୍କାଗୁଣ୍ଡ ବ୍ୟବହାର କରୁଛନ୍ତି ତେବେ ଗୋଟିଏ ଗ୍ଲାସ ପାଣି ରେ କିଛି ଲଙ୍କାଗୁଣ୍ଡ ପକାନ୍ତୁ ଯଦି ଏହା ପାଣିରେ ଧିରେ ଧିରେ ମିଶୁଛି ଆଉ ଏଥିରୁ କିଛି ରଙ୍ଗ ବାହାରୁନାହିଁ ତେବେ ଏହା ଅସଲି ବୋଲି ଜାଣନ୍ତୁ । ଯଦି ଲଙ୍କାଗୁଣ୍ଡ ଯଲଦି ପାଣିରେ ମିଶିଯାଉଛି ଓ ଏହା ପାଣିର ରଙ୍ଗ ବଦଳାଉଛି ତେବେ ଏହା ନକଲି ବୋଲି ଜାଣିବେ ୨- ହେଙ୍ଗୁ – ହେଙ୍ଗୁ ଯଦି ଆପଣ ନିଆଁ ରେ ଦେଖାନ୍ତି ତାହା ଯଲଦି ପୋଡିଯାଇଥାଏ ତାହା ଅସଲି ଅଟେ ଆଉ ଏହା ନିଆଁ ରେ ଜଳିବା ପାଇଁ ଯଦି ଅଧିକ ସମୟ ନିଏ ତେବେ ଏହା ନକଲି ବୋଲି ଜାଣିବେ । ୩- ଜିରା- କିଛି ଜିରା କୁ ନିଜ ହାତ ପାପୁଲିରେ ଆଣି ଘଷନ୍ତୁ ପରେ ଦେଖିବେ ଯଦି ସେଥିରୁ କିଛି ଧ୍ୱଳି ଭଳି ବାହାରି ଥାଏ ତାହା ନକଲି ଜିରା ବୋଲି ଜାଣିବେ । ମରିଚ- ମରିଚ ଅମୃତଭଣ୍ଡା ର ମଞ୍ଜି ଭଳି ଦେଖାଯାଏ ,. ଯଦି ଗ୍ଲାସ ପାଣିରେ ମରିଚକୁ ପକାଯାଏ ତାହା ପାଣିରେ ବୁଡିଯାଇଥାଏ ତାହା ଅସଲି ବୋଲି ଜଣାଯାଏ ଯଦି ଗ୍ଲାସ ପାଣିରେ ମରିଚ ଭାସିଥାଏ ତାହା ନକଲି ବୋଲି ଜାଣିବେ ହଳଦିଗୁଣ୍ଡ- ଗୋଟିଏ ଗ୍ଲାସ ପାଣିରେ ଚାମଚ ହଳଦିଗୁଣ୍ଡ ପକାନ୍ତୁ ଯଦି ଏହା ପାଣିରେ ମିଶି ଯାଇଥାଏ ଆଉ ପାଣିର ରଙ୍ଗ ଫିକା ହଳଦିଆ ହୋଇଯାଏ ତାହା ଅସଲି ହଳଦି ଗୁଣ୍ଡ ବୋଲି ଜାଣିବେ । ଯଦି ଗ୍ଲାସ ପାଣିରେ ହଳଦିଗୁଣ୍ଡ ବିଳମ୍ଭ ରେ ମିଶେ ଆଉ ପାଣିର ରଙ୍ଗ ଗାଢ ହଳଦିଆ ରହିôଥାଏ ତାହା ନକଲି ଗୁଣ୍ଡ ବୋଲି ଜାଣନ୍ତୁ ଆଉ ବଜାର ରେ ଏମିତି କିଛି ନକଲି ଦ୍ରବ୍ୟ ଦେଖିଲେ କିଣିବା ଠାରୁ ଦୂରେଇ ରୁହନ୍ତୁ । ନିଜେ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ</h3> <h3></h3>