ଦେଶର ଅନେକ ରାଜ୍ୟରେ ହିନ୍ଦୁ-ମୁସଲମାନ ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି | କିନ୍ତୁ ମଧ୍ୟପ୍ରଦେଶ ଭୋପାଳର ଜଣେ ବ୍ୟକ୍ତି ହିନ୍ଦୁ-ମୁସଲମାନ ଏକତାର ଉଦାହରଣ ସୃଷ୍ଟି କରିଛନ୍ତି । ଲକ୍ଷ୍ମୀ ନାରାୟଣ ଜଣେ ହିନ୍ଦୁ ହୋଇଥିଲେ ମଧ୍ୟ ସେ ଗତ ୫୦ ବର୍ଷ ଧରି ରମଜାନରେ ରୋଜା ଉପବାସ କରିଆସୁଛନ୍ତି। ଏପରିକି ସେ ପ୍ରତିଦିନ ମସଜିଦକୁ ଯାଇ ନମାଜ ମଧ୍ୟ ପାଠ କରୁଛନ୍ତି | ଏହା ନୁହେଁ ଯେ ଲକ୍ଷ୍ମୀ ନାରାୟଣ କେବଳ ଇସଲାମ ଧର୍ମକୁ ବିଶ୍ୱାସ କରନ୍ତି, ହିନ୍ଦୁ ଧର୍ମ ପ୍ରତି ତାଙ୍କର ଅଖଣ୍ଡ ବିଶ୍ୱାସ ରହିଛି | ସେ ମନ୍ଦିରରେ ଗୀତା ପାଠ କରିବା ସହ ମସଜିଦରେ ନମାଜ ପାଠ ମଧ୍ୟ କରନ୍ତି | ସେ ଦେଶର ସମସ୍ତ ପ୍ରସିଦ୍ଧ ମନ୍ଦିର ମଧ୍ୟ ପରିଦର୍ଶନ କରିସାରିଛନ୍ତି।
ଭୋପାଳର ଗଙ୍ଗା ଜାମୁନି ସହରରେ ରୁହନ୍ତି ୭୧ ବର୍ଷୀୟ ଲକ୍ଷ୍ମୀ ନାରାୟଣ ଖଣ୍ଡେଲୱାଲ | ପବିତ୍ର ରମଜାନ ମାସରେ ସେ ଦୁଇଥର ଚାଲିକରି ଖ୍ୱାଜା ଗରିବ ନୱାଜଙ୍କ ମସଜିଦକୁ ଯାଇଛନ୍ତି। ଲକ୍ଷ୍ମୀ ନାରାୟଣ କହିଛନ୍ତି ଯେ, ପ୍ରାୟ ୫୦ ବର୍ଷ ପୂର୍ବେ ଖ୍ୱାଜା ଗାରିବ ନୱାଜ ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ନମାଜ ଏବଂ ରୋଜା ରଖିବାକୁ କହିଥିଲେ । ସେବେଠାରୁ ସେ ରୋଜା ଉପବାସ କରି ଆସୁଛନ୍ତି । ଲକ୍ଷ୍ମୀ ନାରାୟଣଙ୍କ ଅଛନ୍ତି ୩ ପିଲା | କିନ୍ତୁ ସେମାନେ କେବେବି ତାଙ୍କୁ ରୋଜା ରଖିବା ଏବଂ ନମାଜ ପଢିବା ପାଇଁ ବାରଣ କରନ୍ତି ନାହିଁ | ଧର୍ମ ନାମରେ ପରସ୍ପର ସହ ନ ଲଢ଼ିବା ପାଇଁ ସେ ନିବେଦନ କରିଛନ୍ତି।