ଏନ ଏନ ଏସ ଓଡ଼ିଆ ପ୍ରଭାଵ, ଖବର ପ୍ରସାରଣ ପରେ ସରକାରଙ୍କ କାନରେ ବାଜିଲା ସୁଶୀଳା ଙ୍କ କଥା, ସ୍ୱାମୀ ଙ୍କୁ ମିଳିଲା ସ୍ୱାସ୍ଥ୍ୟ ସେବା ର ସହାୟତା | ଗତ ଅଗଷ୍ଟ ଏଗାର ତାରିଖ ଦିନ ଆମ ଏନ ଏନ ଏସ ଓଡ଼ିଆ ଚାଁନେଲ ମାଧ୍ୟମ ରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡ଼ା ପଞ୍ଚାୟତ ସ୍ଥିତ ବାଲିକିଆରି ଗ୍ରାମରେ ରହୁଥିବା ସୁଶୀଳାଙ୍କର ଦୁଃଖ କାହାଣୀ କୁ ପ୍ରସାରଣ କରିଥିଲୁ l ଖବର ରେ ସୁଶୀଳା ସରକାର ଙ୍କୁ ତିନି ବର୍ଷ ହେବ ଶେଜ ରେ ପଡିରହିଥିବା ତାଙ୍କ ସ୍ୱାମୀ ଙ୍କ ଦୁଃଖ କଥା କହିଥିଲେ ଏମିତି କି ଅର୍ଥ ଅଭାବ ପାଇଁ ସ୍ୱାମୀଙ୍କର ବଡ଼ ମେଡିକାଲ ରେ ଚିକିତ୍ସା ହୋଇ ପାରୁନି ବୋଲି ସରକାରୀ ସହାୟତା ପାଇଁ ବହୁତ ନେହୁରା ମଧ୍ୟ ହୋଇଥିଲେ l ଆଜି ଆମ ଖବର ସୁଣି ସୁଶୀଳା ଙ୍କ ସ୍ୱାମୀ ସନ୍ତୋଷ ସାହୁ ଙ୍କୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇ ସେଠାରୁ କଟକ ବଡ଼ ମେଡିକାଲ କୁ ସ୍ଥାନନ୍ତରଣ କରାଯାଇଛି l ଖବର ପ୍ରସାରଣ ପରେ ସରକାରୀ ସହାୟତା ମିଳିଥିବାରୁ ସୁଶୀଳା ଓ ସନ୍ତୋଷ ଉଭୟ ଆମ ଏନ ଏନ ଏସ ଓଡ଼ିଆ ଚାଁନେଲ କୁ ଜରଡ଼ା ସରପଞ୍ଚ ଓ ହିନ୍ଦୋଳ ଏସଡିଏମଓ ( sub divisonal medical officer ) ଓ ଜିଲ୍ଲା ସିଡିଏମଓ (chief district medical officer ) ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି
#HINDOL #NNSODIA