ଚାଷୀଙ୍କୁ ଥାନାରେ ପୁରାଇ ଦେବା ଧମକ ଦେବା ସହିତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କଲେ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିକାରୀ l ଏ ନେଇ ପ୍ରଶ୍ନ ପଚାରିବାରୁ ମୁଁ ଏ,ବିଷୟରେ କିଛି କହିପାରିବିନି କହି,ପ୍ରଶ୍ନକୁ ଏଡ଼ାଇ ଦେଇ ଚାଲି ଯାଇଥିଲେ । କାରଣ ସାମ୍ବାଦିକଙ୍କର ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ସେ । ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକଙ୍କ ବୁମକୁ ଧକ୍କାଦେଇ ଚାଲିଯାଇଥିଲେ ।
ଦେଖନ୍ତୁ ଏହି visual ଟିକୁ…. ଏ ହେଉଛନ୍ତି ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳର ରେଞ୍ଜର ଲୋହିତ କୁମାର ରଥ, ବାବୁ ଙ୍କର ଆଚରଣ ଓ ବ୍ୟବହାର ଦେଖି ଆପଣ ଭାବୁ ଥିବେ ଯେ ରେଞ୍ଜର ମହୋଦୟଙ୍କୁ ବୋଧେ କିଏ ଆକ୍ରମଣ କରୁଛି ଆଉ ସେ ଜଣକ ନିଜକୁ ରକ୍ଷା କରିବା ପାଇଁ ଏମିତି ହେଉଛନ୍ତି ….? କିନ୍ତୁ ଘଟଣାଟି ପୁରା ଅଲଗା । ଟେବେ ଚାଲନ୍ତୁ ନଜର ପକାଇବା ଆଉ ଏକ ଦୃଶ୍ୟ ଉପରେ ଆଉ ଜାଣିବା ପ୍ରକୃତ ରେ ଘଟଣା କଣ….? ଆଉ କାହିଁକି ଏ ବାବୁ ଜଣକ ଏମିତି ବିରୁଡି ମାରିଲା ଭଳି ଆଚରଣ କରୁଛନ୍ତି l
ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳ ବାଉଁଶପୋଖରୀ ଛକ ର l ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ଆଜି ଜଣେ ଷାଠିଏ ବର୍ଷ ବୟସ୍କ ର ବୃଦ୍ଧ ପଦ୍ମ ପ୍ରଧାନ ନିଜ ଚାଷ ଜମିକୁ ସକାଳ ସାତଟା ସମୟରେ ଧାନ ଫସଲ ଦେଖିବାକୁ ଯାଉଥିବା ବେଳେ ଏକ ଗୋଠଛଡା ହାତୀ ତାଙ୍କୁ ଆକ୍ରମଣ କରିଥିଲା l ବୃଦ୍ଧଙ୍କ ଚିତ୍କାର ସୁଣି ଆଖ ପାଖରେ ଥିବା ଲୋକ ମାନେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥା ରେ ହିନ୍ଦୋଳ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଅନଗୁଳ ମୁଖ୍ୟଚିକିତ୍ସାଳୟ କୁ ସ୍ଥାନନ୍ତର କରାଯାଇଥିଲା l
ସୁଚନା ଥାଉ କି ବାରମ୍ବାର ହାତୀ ଆକ୍ରମଣ ରେ ଧନ ଜୀବନ ନଷ୍ଟ ଓ ଆଜକୁ ପ୍ରାୟ ଦୁଇ ମାସ ହେବ ହାତୀ ଉପଦ୍ରଵ ପାଇଁ ଧାନ ତଳି ଓ ପନିପରିବା ନଷ୍ଟ ହେବାର କ୍ଷତି ପୁରଣ ନମିଳିବାକୁ ନେଇ ବନବିଭାଗ ଅଧିକାରୀ ଙ୍କୁ ଚାଷୀ ମାନେ ଜଣାଇଲେ ମଧ୍ୟ ବନ ଖଣ୍ଡ ଅଧିକାରୀ ଚାଷୀ ଙ୍କ କଥାକୁ କର୍ଣ୍ଣପାତ ନକରି ବରଂ ତାଙ୍କୁ ଥାନାରେ ପୁରାଇ ଦେବା ଭଳି ଧମକ ଦେଇଥିଲେ । ଯେଉଁଥି ପାଇଁ ଆଜି ଚାଷୀମାନେ ବାଉଁଶ ପୋଖରୀ ଛକ ଠାରେ ରାସ୍ତା ରୋକ କରି ଟାୟାର ଜାଳି ପୁରା ପାଞ୍ଚ ଘଣ୍ଟା ରାସ୍ତା ରୋକ କରିଥିଲେ l ଘଟଣା ସ୍ଥଳ ରେ ହିନ୍ଦୋଳ ଥାନା ଅଧିକାରୀ ଅନାଦି ଚରଣ ପଟ୍ଟାୟତ ନିଜ ଷ୍ଟାଫଙ୍କ ସହ ପହଞ୍ଚି ଥିଲେ । କିନ୍ତୁ ଚାଷୀ ମାନଙ୍କର ଉତ୍ତେଜନା ଥମିନଥିଲା l ଚାଷୀ ମାନଙ୍କର ଏକା ଜିଦ୍ଦି ଯେ ରେଞ୍ଜର ଆସିଲେ ତାଙ୍କର ଧନ ନଷ୍ଟ ର କ୍ଷତି ପୁରଣ ଓ ହାତୀ ଦଳ ଙ୍କୁ ଧାନ ଚାଷ ଅଞ୍ଚଳ ରୁ ସ୍ଥାନାନ୍ତରଣ କଲେ ଯାଇ ଆମେ ରାସ୍ତା ରୁ ଉଠିବୁ l
ଏହି ଘଟଣା ର ତଥ୍ୟ ସଂଗ୍ରହ ପାଇଁ ଆମ ପ୍ରତିନିଧି ଘଟଣାସ୍ଥଳୀ ରେ ପହଁଚିଥିଲେ ଲୋକ ମାନଙ୍କର ପ୍ରତିକ୍ରିୟା ନେଇଥିଲେ । ଘଟଣା ର ଦୁଇ ଘଣ୍ଟା ପରେ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚିଥିଲେ l ଆମ ପ୍ରତିନିଧି ଯେତେବେଳେ ଏହି ବିଷୟରେ ରେଞ୍ଜରଙ୍କୁ ପ୍ରଶ୍ନ ପଚାରିଥିଲେ ସେତେବେଳେ ରେଞ୍ଜର କୌଣସି ପ୍ରତିକ୍ରିୟା ନଦେଇ ବରଂ ଉତକ୍ଷିପ୍ତ ହୋଇ NNS ଓଡ଼ିଆ ବୁମକୁ ଠେଲି ସେଠାରୁ ଚାଲି ଯିବାକୁ ଚେଷ୍ଟା କରିଥିଲେ l ରେଞ୍ଜରଙ୍କର ଏଭଳି ଦୁର୍ବ୍ୟବହାର ପାଇଁ ସ୍ଥାନୀୟ ଲୋକ ମାନେ ରେଞ୍ଜର ଙ୍କୁ ପ୍ରାୟ ଏକ ଘଣ୍ଟା ଅଟକ ରଖିଥିଲେ l ପରେ ହିନ୍ଦୋଳ ଥାନା ଅଧିକାରୀଙ୍କ ଅନୁରୋଧ କ୍ରମେ ଲୋକ ମାନେ ରେଞ୍ଜର ଙ୍କୁ ଛାଡି ଥିଲେ l ସେହିପରି ପ୍ରତିଶ୍ରୁତି ମୁତାବକ ଦଶ ଦିନ ମଧ୍ୟ ରେ ହାତୀ କୁ ସ୍ଥାନାନ୍ତର ଏବଂ ଫସଲ ନଷ୍ଟ କରିଥିବା କ୍ଷତି ପୁରଣ ର ବ୍ୟବସ୍ଥା ନକଲେ ଆଗାମୀ ଦିନ ରେ ଆନ୍ଦୋଳନ ବ୍ୟାପକ ଓ ତୀବ୍ର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇ ଆନ୍ଦୋଳନ ରୁ ହଟିଥିଲେ l
ଜଣେ ବିଶ୍ୱସ୍ତ ଓ ଭରଷା ଯୋଗ୍ୟ ଗଣମାଧ୍ୟମ ହିସାବରେ ଆମେ ଯେତେବେଳେ ଲୋକ ମାନଙ୍କ ର ସମସ୍ୟା ର ସ୍ବର ସାଜି ସରକାର ଓ ପ୍ରଶାସନ ନିକଟକୁ ଖବର ପହଞ୍ଚାଇ ଥାଉ l ସେତେବେଳେ ଶକ୍ତିଶାଳୀ ସରକାରୀ ଅଧିକାରୀ ମାନେ ସତ୍ୟ ର ସାମ୍ନା ନକରି ଗଣମାଧ୍ୟମ ର କଣ୍ଠରୋଧ କରିଥାନ୍ତି l ଯାହା ଫଳ ରେ ଅଞ୍ଚଳ ର ସମସ୍ୟା ସମାଧାନ ନହୋଇ ଆହୁରି ତୀବ୍ର ହୋଇ ଯାଏ l
ଏ ବିଷୟରେ ଆମେ ଯେତେବେଳେ ଢେଙ୍କାନାଳ ବନାଞ୍ଚଳ ଅଧିକାରୀଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ ପ୍ରତିକ୍ରିୟା ମିଳିପାରିନଥିଲାl ହିନ୍ଦୋଳ ରେ ଜଣେ ଫରେଷ୍ଟ ରେଞ୍ଜ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ଅସମ୍ମାନ ଓ ଦୁର୍ବ୍ୟବହାର କରିବା କଥା ନେଇ ବର୍ତମାନ ଜନ ସାଧାରଣ ବୁଦ୍ଧି ଯିବି ଓ ସାମ୍ବାଦିକ ମହଲ ରେ ନିନ୍ଦା କରାଯାଇଛି l
#HindolForestRenge #Odisha Forest and Environment Department #nnsodia