ଚାଳ କୁଡ଼ିଆ ଶାଳ ରେ ଠକ ଠକ ଆବାଜ ସହ ତାଙ୍କର ସକାଳ ଆରମ୍ଭ ହୁଏ l ଜୁଡୁବୁଡିଆ ଝାଳୁଆ ଦେହ ଓ ଗରମ ଲୁହ ସହ ପ୍ରତେକ ଦିନ ସଂଘର୍ଷ କଲେ ପରିବାର ପ୍ରତିପୋଷଣ ହୁଏ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମର ବାସିନ୍ଦା ପାଣ୍ଡଵ ମହାରଣା l ପରିବାର କହିଲେ ଚାରି ପ୍ରାଣୀ କୁଟୁମ୍ବ l ପେଶାରେ ସେ ଜଣେ କମାର । ପରର ଦା, କୁରାଢ଼ୀ, ଶାବଳ, ପନିକି, କଟୁରୀ ମରାମତି ହେଉ ଅବା ନୂଆ ତିଆରି କରି ଯାହା ଦୁଇ ପଇସା ଆସେ ସେଇ ଥିରେ କଷ୍ଟେ ମଷ୍ଟେ ପରିବାର କୁ ତେଲ ଲୁଣ ଯୋଗାଇ ଘର ଚଳାନ୍ତି ପାଣ୍ଡଵ ମହାରଣା l କିନ୍ତୁ ସେତିକିରେ ଛୁଆ ପିଲାଙ୍କ ପରିବାର ପେଟ ପୋଷିବା ଆଉ ସମ୍ଭଵ ହେଉନି । କି ଘର ଖଣ୍ଡିଏ ନିଜ ପାଇଁ ଗଢ଼ି ତୋଳିବା କୁ ବି ପାଖରେ ସମ୍ବଳ ନାହିଁ l ପାଣ୍ଡଵ ମହାରଣା ଙ୍କ ବାସ ସ୍ଥାନ ଟି ମହାଲୁଣ୍ଡା ପଞ୍ଚାୟତ ର ପରିସର କୁ ଲାଗିଥିଲେ ମଧ୍ୟ ତାଙ୍କ ଚାଳ କୁଡ଼ିଆ ପ୍ରତି ଦୃଷ୍ଟି ପଡ଼େନି ସ୍ଥାନୀୟ ସରପଞ୍ଚ କି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର l ସେଥିପାଇଁ ପାଇଁ ନିରାଶ ହୋଇ ପ୍ରଶାସନ ଏବଂ ସରକାରୀ ବାବୁ ମାନଙ୍କୁ ଆବାସ ଘରଖଣ୍ଡିଏ ଯୋଗାଇ ଦେବା ପାଇଁ ହାତ ଯୋଡି ଆକୁଳ ନିବେଦନ କରିଛନ୍ତି l ପାଣ୍ଡଵ ମହାରଣାଙ୍କ କହିବା ଅନୁଯାୟୀ ପଞ୍ଚାୟତ ରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା ସରପଞ୍ଚ କି ସରକାରୀ ବାବୁ ମାନଙ୍କ ଦୃଷ୍ଟି କୁ ଆସେନି l ଏପଟେ ମାହାଲୁଣ୍ଡା ସରପଞ୍ଚଙ୍କୁ ଏ ବାବଦରେ ପଚାରିବାରୁ ସେ କୁହନ୍ତି ସେ କେବେ ଆବାସ ଯୋଜନା ପାଇଁ ସେ ଫର୍ମ ପକାଇ ନାହାନ୍ତି କି ଡକୁମେଣ୍ଟ ଦେଇ ନାହାନ୍ତି। ସେପଟେ ମlହାଲୁଣ୍ଡା ଗ୍ରାମର ଗ୍ରାମବାସୀ ସରକାର ଓ ବ୍ଲକ ପ୍ରଶାସନଙ୍କ ନିକଟରେ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି
#Dhenkanal #NNSODIA