ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରେ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ଚୟନ ରେ ବ୍ୟତିକ୍ରମ ନେଇ ସାରା ବ୍ଲକ ରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲାଣି, ପ୍ରତିଦିନ ହିନ୍ଦୋଳ ର ପ୍ରତେକ ପଞ୍ଚାୟତ ରୁ କିଛି କିଛି ଅଭିଯୋଗକାରୀ ହିନ୍ଦୋଳ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଦାବୀ ପତ୍ର ଦେଇ ନିଜର ହକ ସାବ୍ୟସ୍ତ କରିବାର ଦେଖିବାକୁ ମିଳୁଛି l ସୂଚନା ମୁତାବକ ଗତ ସପ୍ତାହ ରେ ହିନ୍ଦୋଳ ର ପାଟଲା, ବେଡାପଡା ପଞ୍ଚାୟତ ର ଗ୍ରାମବାସି ମାନେ ବ୍ଲକ କୁ ଆସି ବିଡ଼ିଓ ଙ୍କୁ ଦାବୀ ପତ୍ର ଦେଇଥିଲେ l ସେହିପରି ସୋମବାର ଦିନ ମହାଲୁଣ୍ଡା, କାରନ୍ଦା, ଅସରଡା, ବୁହାଳିପାଳ, ଜରଡ଼ା, ସଞ୍ଜପଡା ଆଦି ଗ୍ରାମର ଗରିବ ନିରୀହ ଅସହାୟ ନିରାଶ୍ରୟ ହିତାଧିକାରୀ ମାନେ ଆସି ସହ ସହ ସଂଖ୍ୟା ରେ ବ୍ଲକ ରେ ଆଜି ପର୍ଯ୍ୟନ୍ତ ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ କରିଆସୁଛନ୍ତି l ସୂଚନା ଥାଉ କି ଯୋଗ୍ୟ ହିତାଧିକାରୀ ଚୟନ ରେ ସ୍ୱଚ୍ଛତା ଆଣିବାକୁ ଅଦଳ ବଦଳ ପ୍ରଥା ଅବଲମ୍ବନ କରି ପ୍ରଶାସନ ତରଫରୁ ନିର୍ବାହୀ ଅଧିକାରୀ ମାନଂକୁ ନେଇ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ପଞ୍ଚାୟତ ର କିଛି କୁଜି ନେତା ଓ ଦଲାଲ ଙ୍କୁ ହାତବାରିସୀ କରି ସେମାନେଙ୍କ ମାଧ୍ୟମ ରେ ଅର୍ଥ ଆଦାୟ କରି ଯୋଗ୍ୟହିତାଧିକାରୀ ମାନଙ୍କୁ ବାଦ ଦେଇ ଅଯୋଗ୍ୟ ବର୍ଗ ର ଲୋକଙ୍କୁ ଘର ଦେବାରେ ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି l ଭଙ୍ଗା ଚାଳ ଛପର ଘରେ ଜୀବନ ବିତାଉ ଥିବ ପ୍ରକୃତ ଗରିବ ଓ ଦୁଃଖୀ ଲୋକଟି ଘର ପାଇପାରୁନଥିବା ବେଳେ ହିନ୍ଦୋଳ ବ୍ଲକ ର ୩୫ ଟି ପଞ୍ଚାୟତ ର ଅଭିଯୋଗକାରି ମାନଙ୍କ ର ସୁଅ ଛୁଟୁ ଥିବା ବେଳେ ଜନ ସାଧାରଣ ରେ ତୀବ୍ର ଆଲୋଚନା ର ବିଷୟ ପାଲଟିଛି ଫଳରେ ହିନ୍ଦୋଳ ବ୍ଲକ ରେ ଜନ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି ସାରା ହିନ୍ଦୋଳ ନିର୍ବାହୀ ଅଧିକାରୀ ମାନଙ୍କ ର ସ୍ୱଛତା କୁ ନେଇ ଏକ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଏ ବିଷୟରେ ଆମେ ଯେତେବେଳେ ହିନ୍ଦୋଳ ବି ଡ଼ି ଓ କ୍ଷୀରାଦି ତନ୍ମୟl ସାହୁଙ୍କୁ ମତାମତ ନେବାରୁ କୁହନ୍ତି ହଁ ଅଭିଯୋଗ ହେଉଛି ମୁଁ ନିଜେ ହିଁ ତଦନ୍ତ କରିକି ଏ ସମସ୍ୟା ସମାଧାନ କରିବି। ସାରା ହିନ୍ଦୋଳ ରେ ପୁନଶ୍ଚ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହ ଦେବାକୁ ଦାବି ହେଉଛି।
#HINDOL #NNSODIA