ଯେଉଁ ଦେଶ, ରାଜ୍ୟ ଅବା ଜିଲ୍ଲାର ପର୍ଯ୍ୟଟନ ଯେତେ ଉନ୍ନତ, ସେ ଦେଶ ହେଉ ଜିଲ୍ଲା ସେତେ ସମୃଦ୍ଧିଶାଳୀ ।ସାରା ବିଶ୍ୱରେ ଏପରି ଅନେକ ଦେଶ ଓ ରାଜ୍ୟ ରହିଛି ଯେଉଁଠି କେବଳ ପର୍ଯ୍ୟଟନକୁ ବଳିଷ୍ଠ କରି ଅଧିକରୁ ଅଧିକ ରାଜସ୍ୱ ଆଦାୟ କରି ସମୃଦ୍ଧିଶାଳୀ ହୋଇପାରିଛି। ଆମ ରାଜ୍ୟରେ ବି ଅନେକ ପର୍ଯ୍ୟଟନସ୍ଥଳୀ ଅଛି କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଲୋକଙ୍କ ନଜରକୁ ଆସୁନି | ତେଣୁ ମାଲକାନଗିରି ଜିଲ୍ଲାରେ ଥିବା କେତେକ ଲୁକ୍କାୟିତ ଝରଣା , ଜଳପ୍ରପାତ , ଧର୍ମପୀଠ ସମ୍ପର୍କରେ ଅବଗତ କରାଇବା ଆମର ଲକ୍ଷ୍ୟ। ସ୍ଥାନୀୟ ପ୍ରଶାସନ ହୁଅନ୍ତୁ କି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ରକୁ ମାନ୍ୟତା ଦେବା ସହ ଏହାର ଉନ୍ନତିକରଣ ଏବଂ ପୁନରୁଦ୍ଧାର କଲେ ଆମ ଜିଲ୍ଲା ଏବଂ ରାଜ୍ୟ ସମୃଦ୍ଧିଶାଳୀ ହୋଇପାରନ୍ତା। ମାଲକାନଗିରି ଜିଲ୍ଲାର ଅନେକ ଯୁବପିଢ଼ି ସ୍ଥାନୀୟ ପ୍ରଶାସନକୁ ଏ ଦିଗରେ ସର୍ବଦା ସଚେତନ କରାଇ ଆସୁଛନ୍ତି। ତେବେ ଆସନ୍ତୁ ଦେଖିବା ସ୍ବାଭିମାନ ଅଞ୍ଚଳର ଏକ ପର୍ଯ୍ୟଟନ ସ୍ଥଳୀ ଉପରେ ବିଶେଷ ରିପୋର୍ଟ....
https://youtu.be/9vpjdpchWk8
କଦଳୀବନ୍ଧା

ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ଠାରୁ ୧୮ କିଲୋମିଟର ଗଲେ ପଡେ ବଡ଼ପଡା ପଞ୍ଚାୟତ । ସେଠାରୁ ପ୍ରାୟ ସାତ କିଲୋମିଟର ଦୁରରେ କଦଳୀବାନ୍ଧା ଗ୍ରାମ l ଏହି ଗ୍ରାମରେ ଏକ ଛୋଟିଆ ପ୍ରାକୃତିକ ଜଳପ୍ରପାତ ରହିଛି। ଯାହା ଶହେ ମିଟରରୁ ଉର୍ଦ୍ଧ ପ୍ରାକୃତିକ ଖସଡ଼ା ( ରାମ୍ପ ) | ଏହି ଅଞ୍ଚଳରେ ବଣ, ପାହାଡ଼ ଘେରା ହୋଇଥିବା ବେଳେ ପ୍ରାକୃତିକ ଜଳ ପ୍ରପାତ ସହ ପାହାଡ଼ ଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ଏଠାକାର ଦୃଶ୍ୟ ଅତି ମନୋରମ ଓ ଆକର୍ଷଣୀୟ ତଥା ମନଲୋଭା।ଏଠାରେ ବଣଭୋଜି କରିବା ପାଇଁ ବିସ୍ତୃତ ଜଙ୍ଗଲ ପରିବେଷ୍ଟିତ ସ୍ଥାନ ରହିଛି।