<h3>ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛି ନାଗ ଅଶ୍ୱୀନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଳ୍କି ୨୮୯୮ AD’ । ପ୍ରଶଂସକମାନେ ପ୍ରଭାସଙ୍କ ଅଭିନୀତ ଏହି ସିନେମାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।କିଛି ଦିନ ପୂର୍ବରୁ ଫିଲ୍ମରୁ ଷ୍ଟାରମାନଙ୍କର ଲୁକ ମଧ୍ୟ ଶେୟାର କରାଯାଇଛି ।ଯାହା ଫ୍ୟାନ୍ସମାନଙ୍କ ମଧ୍ୟରେ ଫିଲ୍ମକୁ ଦେଖିବା ପାଇଁ ଉତ୍ସାହ ବଢାଇଛି । ନିର୍ମାତାମାନେ ନିକଟରେ ଫିଲ୍ମର ଟ୍ରେଲର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଏହାପରେ ଲୋକଙ୍କ ମଧ୍ୟରେ କ୍ରେଜ ଆହୁରି ବଢିବାରେ ଲାଗିଛି ।ନିକଟରେ ଫିଲ୍ମରୁ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କ ନୂଆ ଲୁକ ଦେଖିବାକୁ ମିଳିଥିଲା । ଯାହାକି ବହୁତ ଦମଦାର ଥିଲା । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମରୁ ଦୀପିକା ପାଦୁକୋନଙ୍କ ଆଉ ଏକ ନୂଆ ଲୁକ ସେୟାର କରିଛନ୍ତି । ଯାହା ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାର ଉତ୍ସାହ ଆହୁରି ବଢାଇ ଦେଇଛି ।ଏହି ଲୁକରେ ଦୀପିକା ଛୋଟ କେଶ ସହ ନଜର ଆସୁଛନ୍ତି ।ଦୀପିକା ଏକ ଖୋଲା ସ୍ଥାନରେ ବର୍ଷାରେ ଠିଆ ହୋଇଥିବା ଦେଖିବାକୁ ମିଳିଛନ୍ତି । ଦୀପିକାଙ୍କ ଏହି ଲୁକକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି ।ଏହି ଫଟୋ ସେୟାର କରିବାବେଳେ ଅଭିନେତା କ୍ୟାପସନରେ ଲେଖିଛନ୍ତି, ‘ଆଶା ତାଙ୍କଠାରୁ ଆରମ୍ଭ ହୁଏ ।’ତେବେ ଫିଲ୍ମ‘କଳ୍କି ୨୮୯୮ AD’ ର ଟ୍ରେଲର ଆଜି ସନ୍ଧ୍ୟା ୭ଟାରେ ରିଲିଜ ହେବ ।ଏହି ଫିଲ୍ମ ଜୁନ ୨୭ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।ଏହି ଫିଲ୍ମର ଷ୍ଟୋରୀ ବିଷୟରେ କୁହାଯାଉଛି ଯେ, ଏହା କଳିଯୁଗର ବିନାଶ ଉପରେ ଆଧାରିତ ହେବ ।କାରଣ ପୁରାଣ ଅନୁଯାୟୀ, କଳିଯୁଗର ବିନାଶ ପାଇଁ କଳ୍କି ନାମକ ଏକ ଅବତାର ଜନ୍ମ ନେବ ଏବଂ ଏହା ବିଶ୍ୱରେ ବ୍ୟାପିଥିବା ଅନ୍ୟାୟକୁ ଶେଷ କରିବ ।ତେବେ ଏହି ଫିଲ୍ମରେ ପ୍ରଭାସ, ଦୀପିକା, କମଲ ହାସନ, ଅମିତାଭ ବଚ୍ଚନ ଓ ଦିଶା ପାଟନୀଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ଦେଖିବାକୁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।</h3>