ବିନା ପାଇଲଟ୍ ରେ ଉଡ଼ିଲା ବ୍ଲାକ୍ ହକ୍ ହେଲିକପ୍ଟର | ସ୍ୱୟଂଚାଳିତ (ଅଟୋମେସନ ) କ୍ଷେତ୍ରରେ ଆମେରିକାକୁ ମିଳିଲା ବଡ ସଫଳତା | ବ୍ଲାକ୍ ହକ୍ ହେଲିକପ୍ଟର ପ୍ରଥମ ଥର ପାଇଁ ପାଇଲଟ୍ ବିନା ସଫଳତାର ସହ ଉଡାଣ ଭରିଛି | ଏହି ହେଲିକପ୍ଟରଟି ଫେବୃଆରୀ ୫ ରେ ପ୍ରାୟ ୪୦୦୦ ଫୁଟ ଉଚ୍ଚତାରେ ଘଣ୍ଟା ପ୍ରତି ବେଗ ୧୧୫ ରୁ ୧୨୫ କିଲୋମିଟର ବେଗରେ ଯାତ୍ରା କରି ବିଜ୍ଞାନ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।
ବିନା ପାଇଲଟ୍ ରେ ହେଲିକପ୍ଟର ଉଡାଣ ପରୀକ୍ଷଣ ପାଇଁ ଆମେରିକାର କେଣ୍ଟୁକି ସହରରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା | ବିଲ୍ଡିଂ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ସହିତ କମ୍ପ୍ୟୁଟର ସିମୁଲେସନ ଦ୍ୱାରା ଏକ ଭର୍ଚୁଆଲ୍ ସହର ସୃଷ୍ଟି କରାଯାଇଥିଲା | ଏହି ବାଧାବିଘ୍ନକୁ ଏଡାଇ ବ୍ଲାକ୍ ହକ୍କୁ ସଫଳତାର ସହିତ ଏହାର ଉଡ଼ାଣ କରିବାକୁ ପଡିଥିଲା | ଉଡ଼ାଣ ସମୟରେ ହେଲିକପ୍ଟର ନିର୍ମିତ ହୋଇଥିବା କାଳ୍ପନିକ ଅଟ୍ଟାଳିକାରୁ ଅତିକ୍ରମ କରିବାରେ ମଧ୍ୟ ସଫଳ ହୋଇଥିଲା | ପାଇଲଟହୀନ ବ୍ଲାକ୍ ହକ୍ ହେଲିକପ୍ଟର ପରୀକ୍ଷଣ ସମସ୍ତ ମାନଦଣ୍ଡକୁ ପୂରଣ କରି ସଫଳତାର ସହ ଅବତରଣ କରିଥିଲା |
ପ୍ରତିରକ୍ଷା କ୍ଷେତ୍ରରେ ଆମେରିକାର ଏହି ବଡ ସଫଳତା ଯୋଗୁ ଚୀନ୍ ଏବଂ ଋଷର ସମସ୍ୟା ବଢିଯାଇଛି | ଆମେରିକାର ଏହି ବ୍ଲାକ୍ ହକ୍ ହେଲିକପ୍ଟରଗୁଡ଼ିକ ଯୁଦ୍ଧରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ | ଏହି ହାଇ ସ୍ପିଡ୍ ହେଲିକପ୍ଟରଗୁଡ଼ିକୁ ରାଡାର ଦ୍ୱାରା ଅଟକାଇବା ଅତ୍ୟନ୍ତ କଷ୍ଟକର | ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପାଇଲଟ୍ ବିନା ବ୍ଲାକ୍ ହକ୍ ହେଲିକପ୍ଟରର ପ୍ରଥମ ପରୀକ୍ଷଣ ଫେବୃଆରୀ ୫ ରେ ହୋଇଥିଲା |