ଭୁବନେଶ୍ୱର(ଏନଏନଏସ୍): ଆସନ୍ତାକାଲି ଠାରୁ ବଢିବ ବର୍ଷାର ପରିମାଣ । ସେହିଭଳି ୯ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ। ୧୦ଓ ୧୧ରେ ଓଡ଼ିଶାର ବିସ୍ତୁତ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଆସନ୍ତା ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏହା ପ୍ରଭାବରେ ୧୨ ଓ ୧୩ରେ ରାଜ୍ୟରେ ଭଲ ବର୍ଷା ହେବାର ସୂଚନା ଜାରି କରିଛି ପାଣିପାଗ ବିଭାଗ।