ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଅସ୍ତବ୍ୟସ୍ତ ଜନଜୀବନ । ଜଳୁଛି ପଶ୍ଚିମ ଓ ଉପକୂଳ ଓଡିଶା । ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ସମେତ ରାଜ୍ୟର ୪ଟି ସହରରେ ପାରଦ ୪୧ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁରରେ ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୪୧.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, କେନ୍ଦୁଝରରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୭ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ପୁରୀରେ ୩୬.୨ ଡ଼ିଗ୍ରୀ, ପାରାଦୀପରେ ୩୪.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।