ଏନଏନଏସ୍: ରାଜ୍ୟରେ ବଢିଛି ତାତି । ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହୋଇପଡ଼ିଛି ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା ଆହୁରି ଅଧିକ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆସନ୍ତା ୧୫ ତାରିଖରୁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗତକାଲି ୧୬ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବୌଦ୍ଧ ଓ ଝାରସୁଗୁଡାରେ ତାପମାତ୍ରା ସର୍ବାଧିକ ୪୩.୪ଡିଗ୍ରୀ ସମ୍ବଲପୁରରେ ୪୩.୩ଡିଗ୍ରୀ, ହୀରାକୁଦରେ ୪୩.୩ଡିଗ୍ରୀ ଓ ରାଉରକେଲାରେ ୪୧.୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।