ଏନଏନଏସ୍: ଅସହ୍ୟ ହେଉଛି ତାତି । ଏହାକୁ ଦୃଷ୍ଟିରେ ରଖି ଆଜି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ କୁହାଯାଉଛି ଯେ, ଆଜି ଚଳିତ ବର୍ଷର ସବୁ ରେକର୍ଡ ଭାଙ୍ଗିପାରେ ତାତି । ଏନେଇ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ, କେନ୍ଦୁଝର, ଓ ମୟୂରଭଞ୍ଜ ଜିଲ୍ଲାକୁ ହିଟ୍ ୱେବ୍ ସତର୍କତା ଜାରି କରାଯାଇଛି । ଭୁବନେଶ୍ୱରରେ ପାରଦ ଅଧିକ ରହିବ। ତାପମାତ୍ରା ବଢ଼ି ୪୩ ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଆହୁରି ଦୁଇଦିନ ତାତିରୁ ମୁକ୍ତି ମିଳିବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ୨୧ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି । ୨୨ ତାରିଖରୁ କାଳବୈଶଖୀ ବର୍ଷା ବଢ଼ିବା ସମ୍ଭାବନା ରହିଛି । ତେବେ ଆଜି ବାରିପଦା ଏବଂ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।