ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଥାଏ ।ସେ ଗରିବୀ ହେଉ କି ପଙ୍ଗୁ। ତେବେ କେରଳର ଥିରୁଅନନ୍ତପୁରମରେ ଏମିତ ଏକ ଘଟଣା ଦେଖିବାକୁ ମିଳିଛି ଶ୍ରବଣ ଶକ୍ତିବାଧିତ ଦୁଇ ଯାଆଁଳା ଭଉଣୀଙ୍କ କ୍ଷେତ୍ରରେ। କେରଳ ଏହି ଦୁଇ ଯାଆଁଳା ଭଉଣୀ ହେଉଛନ୍ତି, ପାର୍ବତୀ ଏଏସ ଏବଂ ଲକ୍ଷ୍ମୀ ଏଏସ । ଏହି ଦୁଇ ଭଉଣୀ ଶ୍ରବଣ ଶକ୍ତିବାଧିତ ହୋଇଥିବା ବେଳେ ସମ୍ମାନଜନକ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କର ଅକ୍ଷମତା କାରଣରୁ ସେମାନେ ଏହି ପରୀକ୍ଷାରେ ପାଇଁ ପ୍ରଶିକ୍ଷଣ ମଧ୍ୟ ନେଇ ପାରି ନଥିଲେ|
ଏପଟେ କେରଳର ଥିରୁଅନନ୍ତପୁରମର ଜନସାଧାରଣ କାର୍ଯ୍ୟ ବିଭାଗରେ ଜୁନିଅର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିବା ଶ୍ବେତାଙ୍କ ଏହି ଦୁଇ ଝିଅ ତାଙ୍କ ଗୌରବ ଆଣି ଦେଇଛନ୍ତି । ତେବେ ପିଲା ବେଳୁ ଏହି ଦୁଇ ଭଉଣୀ ନିଜ ପିତାଙ୍କୁ ହରାଇ ଥିବା ବେଳେ ସମ୍ମାନଜନକ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ନିଜ ମାଆଙ୍କ ଲାଗି ଗୌରବ ଆଣିଛନ୍ତି । ସେହିପରି ଶ୍ରବଣବାଧିତ କାରଣରୁ ଏହି ଦୁଇ ଭଉଣୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଙ୍ଗରେ ପାଠ ପଢିଛନ୍ତି । ତେବେ ଏଠାରୁ ହିଁ ତାଙ୍କୁ ଏହି ସଫଳତା ହାସଲ କରିବା ଲାଗି ପ୍ରେରଣା ମିଳିଥିବା ସେମାନେ କହିଛନ୍ତି । ଏଠାରୁ ସେମାନଙ୍କର ପାଠ ପଢା ସରିବା ପରେ ଥିରୁଅନନ୍ତପୁରମ କଲେଜ ଅଫ ଇଂଜିନିୟରିଂ ଆଡମିଶନ କରିଥିଲେ । ଏହାପରେ ପାର୍ବତୀଙ୍କୁ କେରଳ ସରକାରଙ୍କ ଜଳସେଚନ ବିଭାରରେ ସହକାରୀ ଯନ୍ତ୍ରୀ ଭାବେ ଚାକିରୀ ମିଳିଥିଲା । ସେହିଭଳି ଲକ୍ଷ୍ମୀ ମଧ୍ୟ ଅସ୍ଥାୟୀ ଭାବେ ସହକାରୀ ଯନ୍ତ୍ରୀ ଭାବେ ସ୍ଥାନୀୟ ସରକାରୀ ବିଭାଗରେ ଚାକିରୀ ପାଇଥିଲେ ।
ଅନ୍ୟପଟେ ପାର୍ବତୀ ଓ ଲକ୍ଷ୍ମୀ ମଧ୍ୟ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭାଗରେ ଚାକିରୀ ପାଇଥିଲେ । ମାତ୍ର ସେ ଏହାକୁ ପ୍ରତ୍ୟାଖାନ କରିବା ସହ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷା ଦେବା ପାଇଁ ମନସ୍ଥ କରିଥିଲେ । ତେବ ସେ ୨୦୧୯ରେ ଏହି ପରୀକ୍ଷା ପ୍ରଥମେ ଦେଇଥିବା ବେଳେ ଏବେ ଏହାର ସଫଳତା ପାଇବା ସହ ପାର୍ବତୀ ୭୪ତମ ଓ ଲକ୍ଷ୍ମୀ ୭୫ତମ ଜାତୀୟ ସ୍ତରରେ ରାଙ୍କ ରଖି କୃତିତ୍ୱ ହାସଲ କରିଛନ୍ତି ।