ବର୍ତ୍ତମାନ ଖରାଦିନ ଆରମ୍ଭ ହୋଇସାରିଛି । ଏହି ସମୟରେ ଶରୀରକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ । ଏନେଇ ଗରମ ଦିନେ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ଏହିକାରଣରୁ ଗରମ ଦିନେ ଏଭଳି ଜିନିଷ ଖାଇବା ଉଚିତ୍, ଯାହାଦ୍ୱାରା ଶରୀରକୁ ଭରପୁର ମାତ୍ରାରେ ପାଣି ଏବଂ ପୋଷକତତ୍ତ୍ୱ ମିଳିପାରିବ । ଏହିକ ବଜାରରେ ଅନେକ ପ୍ରକାର ଫଳ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏଥିପାଇଁ ଖରାଦିନେ ତରଭୁଜ ଖାଇବାକୁ କୁହାଯାଇଥାଏ । ତରଭୁଜ ଶରୀରକୁ ହାଇଡ୍ରେଟ ରଖିବା ସହ ଅନେକ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତରଭୁଜ ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ ।
ଅଧିକାଂଶ ଲୋକଙ୍କୁ ତରଭୁଜର ସ୍ୱାଦ ଭଲ ଲାଗିଥିବା ବେଳେ କିଛି ଲୋକଙ୍କୁ ଭଲ ମଧ୍ୟ ଲାଗିନଥାଏ । ତରଭୁଜରେ ଅନ୍ୟ କୌଣସି ତାଜା ଫଳ କିମ୍ବା ପନିପରିବା ଅପେକ୍ଷା ଅଧିକ ଲାଇକୋପିନ୍ ଥାଏ । ଲାଇକୋପିନ୍ ହେଉଛି ଏକ ଆଣ୍ଟିଅକ୍ସିଡାଣ୍ଟ ଯାହା କର୍କଟ, ହୃଦରୋଗ ଏବଂ ବୟସ ସମ୍ବନ୍ଧୀୟ ଚକ୍ଷୁ ରୋଗ କମ୍ ହେବାର ଆଶଙ୍କା ସହିତ ଜଡିତ । ତେଣୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ତରଭୁଜ । ଆଉ ଖରାଦିନେ ପେଟ ଥଣ୍ଡା ରଖିଥାଏ ତରଭୁଜ, ଏହା ସହ ତରଭୁଜ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ । ତରଭୁଜରେ ସାଇଟ୍ରଲାଇନ୍ ନାମକ ଏକ ଆମିନୋ ଏସିଡ୍ ଭରପୂର ରହିଥାଏ, ଯାହା ଆପଣଙ୍କ ଶରୀରରେ ରକ୍ତ ସଂଞ୍ଚାଳନ କରିବାରେ ସାହାର୍ଯ୍ୟ କରେ ଏବଂ ରକ୍ତ ଚାପକୁ ହ୍ରାସ କରିଥାଏ । ତରଭୁଜରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଏହାର ତ୍ୱଚା ପାଇଁ ଖୁବ ଉପକାରୀ ମଧ୍ୟ ହୋଇଥାଏ ।