ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ପଖାଳ । ବିଶେଷ କରି ଅଧିକାଂଶ ଲୋକମାନେ ଖରାଦିନେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି । କୁହାଯାଏ ବାସି ଖାଦ୍ୟ ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ପଖାଳ?
ପଖାଳ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ । ପଖାଳ ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ । ଏଥିସହ ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ । ସେହିଭଳି ଭାତରେ ପାଣି ପୁରାଇ ଏହାକୁ ରାତି ସାରା ରଖି ପରଦିନ ଖାଇବା ମଧ୍ୟ ଶରୀର ପାଇଁ ଲାଭକାରୀ ହୋଇଥାଏ । କାରଣ ବାସି ପଖାଳରେ ଭରପୁର ମାତ୍ରାରେ ଖଣିଜ ପଦାର୍ଥ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ପଖାଳ ଖାଇବା ହ୍ୱାରା ଶରୀରରୁ ଥକାପଣ ଦୂର ହେବା ସହ କାମ କରିବାକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ । ଏସବୁ ବ୍ୟତୀତ ପଖାଳ ଭାତରେ ସୋଡିୟମ, କ୍ୟାଲସିୟମ ରହିଥିବାରୁ ଶରୀରକୁ ଉଚିତ୍ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ ।