1-ରାଜ୍ୟ କଂଗ୍ରେସକୁ ଲାଗିଲା ବଡ ଝଟକା । ହାତ ଛାଡିଲେ ଦଳର ଟାଣୁଆ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । 15 ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ
2-ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ଏନେଇ ପିଏମଓ ଇଣ୍ଡିଆ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଟୀକାକରଣ ଅପୂର୍ବ ସଫଳତା ପରେ ଦେଶବାସୀଙ୍କୁ ଏସମ୍ପର୍କରେ ସମ୍ବୋଧିତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ।
3-ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମାମଲା । ହତ୍ୟାସ୍ଥଳରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଜି ଭୋର ୪ଟାରୁ ଗୋବିନ୍ଦଙ୍କୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ ।
4-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ କ୍ୟାବିନେଟ ମଞ୍ଜୁର କରିଛି ।
5-ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୫ ହଜାରରୁ ଯଥେଷ୍ଟ ଥିବା ବେଳେ ମୃତ୍ୟୁସଂଖ୍ୟା ୨୦୦ରୁ କିଛି ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୬୨୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୯୭ ମୃତ୍ୟୁ ରେକର୍ଡ କରାଯାଇଛି।
6-ଚୀନ୍ ତାଇଓ୍ଵାନ୍ ଆକ୍ରମଣ କଲେ ଯୁକ୍ତରାଷ୍ଟ୍ର ଆମେରିକା ତାକୁ ସୁରକ୍ଷା ଦେବ ବୋଲି ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ସୂଚନାଯୋଗ୍ୟ, ଦ୍ୱୀପଦେଶ ତାଇଓ୍ଵାନ୍କୁ ଚୀନ୍ ତା’ର ବିଚ୍ଛିନ୍ନ ପ୍ରଦେଶ ବୋଲି ଦାବି କରି ଆସୁଛି।
7-ଲଗାତାର ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ୧୨୦ରେ ପହଞ୍ଚିଛି । ଡିଜେଲ ୧୧୦ ଟଙ୍କାରେ ପହଞ୍ଚିଛି ।
8-ଆଜି ଧର୍ମମାସ କାର୍ତ୍ତିକର ଦ୍ବିତୀୟ ଦିନ । କୋଭିଡ ମହାମାରୀର ଭୟାବହତା ସହ ପୁରୀ ପ୍ରଶାସନର ପରାମର୍ଶକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ଏବର୍ଷ ହବିଷ୍ୟାଳୀଙ୍କ ଭିଡ ସେତେ ମାତ୍ରାରେ ନାହିଁ । ତେବେ ନିଜ ଖର୍ଚ୍ଚରେ ପୁରୀରେ ଆସି ହବିଷ୍ୟ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମାନଙ୍କ ଯୋଗୁଁ ଗତକାଲି ଠାରୁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି
9-ଆଜି ପୁଣି ଏନ୍ସିବି ଅଫିସରେ ହାଜର ହେବେ ଅନନ୍ୟା ପାଣ୍ଡେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତ ଦ୍ୱିତୀୟ ଦିନ ଅନନ୍ୟାଙ୍କୁ ପଚରାଉଚରା ପାଇଁ କହିଛି। ସକାଳ ୧୧ ଟାରେ ଏନସିବି କାର୍ଯ୍ୟାଳୟରେ ତାଙ୍କ ବୟାନ ରେକର୍ଡ କରିବାକୁ ତାଙ୍କୁ ଡକାଯାଇଛି
10-ଟି୨୦ ବିଶ୍ୱକପରେ ଅକ୍ଟୋବର ୨୪ ତାରିଖରେ ଖେଳାଯିବ ମହା ମୁକାବିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ ହାଇ ଭୋଲଟେଜ୍ ଫାଇଟ୍ । ଆଜି ଯାଏଁ ଭାରତ ବିପକ୍ଷରେ ବିଶ୍ୱକପରେ କେବେ ହେଲେ ଜିତିନାହିଁ ପାକିସ୍ତାନ । ପାକିସ୍ତାନକୁ ଭାରତ ପରାସ୍ତ କରି ୨୦୦୭ ବିଶ୍ୱକପ ଚାମ୍ପିଅନ ହୋଇଥିଲା । କିନ୍ତୁ ଏବେ ପାକ୍ ଦଳର ଅଧିନାୟକ ବାବର ଆଝମ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି