ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୫ କୋରୋନା ଆକ୍ରାନ୍ତ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୯୧ ଓ ୬୪ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।
2-ନିଦ ଉଡାଇଲାଣି ଓମିକ୍ରନ ଭାରିଆଣ୍ଟ । ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ୨୦ ଦିନରେ ୧୫ ରଜ୍ୟକୁ ବ୍ୟାପିଲାଣି ଏହି ଭାରିଆଣ୍ଟ । ଦେଶରେ ଦୁଇଶହ ପାର କଲାଣି ସଂକ୍ରମିତଙ୍କ ସଂଖ୍ୟା । ଏନେଇ ଆଜି ଏକ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
3-ରାଜ୍ୟରେ 2 Omicron ସଂକ୍ରମିତ ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତର୍କ ରହିବା ନେଇ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।
4-ଉତ୍ତରପ୍ରଦେଶବାସୀଙ୍କୁ ଭେଟି ପରେ ଭେଟି ଦେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ବାରଣାସୀରେ କାଶୀ ବିଶ୍ବନାଥ କରିଡରର ଉଦଘାଟନ କରିବା ପରେ ଆଜି ପୁଣି ୮୭୦ କୋଟି ଟଙ୍କାର ୨୨ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
5- ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ । ମିଶନ ଶକ୍ତିକୁ ଆହୁରି ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା ହୋଇଛି ।
6-ସ୍ମାର୍ଟ ଫୋନରେ ଦେଖିହେବ ଉଭୟ ଗୃହରୁ ସିଧା ପ୍ରସାରଣ । ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ସଂସଦର ପ୍ରକ୍ରିୟାକୁ ଟେଲିକାଷ୍ଟ କରିବା ପାଇଁ ଏକ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଏହି ଆପ୍ ମାଧ୍ୟମରେ ଆପଣ ମୋବାଇଲରେ ହିଁ ସଂସଦର ଲାଇଭ୍ ପ୍ରକ୍ରିୟା ଦେଖିପାରିବେ |
7-BCCIର ସଦସ୍ୟ ଭାବରେ ନିଯୁ୍କ୍ତ ହୋଇଛନ୍ତି ହରି ନାରାୟଣ ପୂଜାରୀ । ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟୁର୍, ଫିକ୍ଚର୍ସ ଆଣ୍ଡ ଟେକ୍ନିକାଲ୍ କମିଟିର ସଦସ୍ୟ।
8-ଫାଇଜର୍ କମ୍ପାନି ନିର୍ମିତ ପ୍ରଥମ କୋଭିଡ୍-୧୯ ନିରୋଧୀ ବଟିକା ‘ପ୍ୟାକ୍ସ୍ଲୋଭିଡ୍’କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘ହେଲ୍ଥ୍ ରେଗୁଲେଟର୍’ ସ୍ବୀକୃତି ଦେଇଛି। ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନେ ଏହି ବଟିକା ଖାଇ ପାରିବେ।
9-କରୋନା ମହାମାରୀକୁ ଦୃଷ୍ଟି ରଖା ଯାଇ ସିନେମା ହଲ ଗୁଡିକ ଖୋଲା ଯାଇଥିଲା । ସେଥିରୁ ବାକି ଥିବା ଅନେକ ଫିଲ୍ମ ରିଲିଜ୍ ହୋଇଥିଲା। କେତେକ ବଡ ବଜେଟ୍ର ଫିଲ୍ମ ରିଲିଜ୍ ହେବା ମାତ୍ର ହଲ୍ରେ ଧମାଲ କରୁଛି । କିନ୍ତୁ ନିକଟରେ ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଜବରଦସ୍ତ ପରଫରମାନ୍ସ ଦେଖାଇଛି।
10-ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ର ମେଗା ନିଲାମର ଆୟୋଜନ ଫେବୃଆରୀ ୭ ଓ ୮ରେ ବେଙ୍ଗାଲୁରୁରେ ହେବାକୁ ଯାଉଛି। ବୁଧବାର ଏହାର ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ଏହା ଆଇପିଏଲର ଶେଷ ମେଗା ନିଲାମ ହୋଇପାରେ କାରଣ ଅଧିକାଂଶ ମୂଳ ଆଇପିଏଲ ଦଳ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଏଥର ନିଲାମରେ ଦାମୀ ଖେଳାଳିଙ୍କ ଦାମ୍ ରେକର୍ଡ ଛୁଇଁବ।