ଆସନ୍ତା ସପ୍ତାହରେ ନବୀନଙ୍କ ମାରାଥନ୍ ଗସ୍ତ….୬ଦିନରେ ତିନି ଜିଲ୍ଲା ଯିବେ, ବହୁ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ
୨-ସମଗ୍ର ପୂର୍ବ ଲଦାଖ ଏବଂ ଉତ୍ତରାଞ୍ଚଳରେ ଚୀନ୍ ପୁଣି ବିପୁଳ ସଂଖ୍ୟାରେ ସେନା ମୁତୟନ କରିଛି। ଏହା ଚିନ୍ତାର କାରଣ ହୋଇଥିବାରୁ ଭାରତ ମଧ୍ୟ ସୁରକ୍ଷା ବଢ଼ାଇ ଦେଇଛି ବୋଲି ଲଦାଖ୍ ଗସ୍ତରେ ଥିବା ସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରବଣେ କହିଛନ୍ତି।
୩-ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ଥିବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି। ଜଣେ ବିଧାୟକ ଚାହିଁଲେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିପାରିବେ।
୪-ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
୫-ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି । ଏହାମଧ୍ୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ଥିବା ସୂଚନା ମିଳିଥିଲା । ସେହିପରି ପ୍ରଥମ ରାଉଣ୍ଡରେ ମଧ୍ୟ ରୁଦ୍ର ମହାରଥୀ ଆଗୁଆ ରହିଛନ୍ତି ।
୬-ଗଙ୍ଗାବାଡ଼ରେ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ଘଟଣା:ସୀମାରେ ପତାକା ପୋତି
ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଲା ଓଡ଼ିଶା ନାଗରିକ ମହାମଞ୍ଚ,
୭-ଶନିବାର ଦିନ କଶ୍ମୀରରେ ସଙ୍ଗଠିତ ତିନୋଟି ପୃଥକ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶ୍ରୀନଗର ସହରରେ ଜଣେ ସାଧାରଣ ନାଗରିକ ଗୁଳିଚୋଟରେ ନିହତ ହୋଇଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
ତୃତୀୟ ଆକ୍ରମଣରେ ଅନନ୍ତନାଗସ୍ଥିତ ‘ସିଆର୍ପିଏଫ୍’ ବଙ୍କର୍ ଉପରେ ଗ୍ରେନେଡ୍ ନିକ୍ଷେପ କରାଯାଇଥିଲେ ମଧ୍ୟ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
୮-ଭାରତରେ କୃଷି ଆଇନକୁ ବିରୋଧ କରି ମାସ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ‘ଓପନ ମାଗାଜିନ’କୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି, ଯେଉଁମାନେ ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ସେମାନଙ୍କ ଭିତରେ ‘ବୌଦ୍ଧିକ ଅସାଧୁତା ଓ ରାଜନୈତିକ ଛଳନା’ ସ୍ପଷ୍ଟ ଦେଖିବାକୁ ମିଳୁଛି।
୯-ବିଜେପି ଟିକେଟରେ ଲୋକସଭା ଉପ ନିର୍ବାଚନ ଲଢିବେ କଙ୍ଗନା ! ହିମାଚଳର ମଣ୍ଡି ଆସନରୁ ପ୍ରତିଯୋଗୀଙ୍କ ଦୌଡ଼ରେ ଆଗରେ
୧୦-ଫିକା ପଡିଲା ଋତୁରାଜଙ୍କ ବିସ୍ଫୋରକ ଶତକ, ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକରେ ଚେନ୍ନାଇକୁ ୭ ଓ୍ଵିକେଟ୍ରେ ମାତ୍ ଦେଲା ରାଜସ୍ଥାନ