୪ଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି । ଆଜି ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏ ନେଇ ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି ।
2-କାର୍ଯ୍ୟରେ ସ୍ଵଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ବ ଦେବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ମୋ ସ୍କୁଲ୍ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ସୋସିଆଲ ଅଡିଟ କାର୍ଯ୍ୟକ୍ରମ । ମୋ ସ୍କୁଲ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡିକରେ କାର୍ଯ୍ୟକାରୀ ହେଉଥିବା ଉନ୍ନତିମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଏବଂ ହୋଇଥିବା ଅର୍ଥ ବିନିଯୋଗର ସମୀକ୍ଷା କରିବା ଲାଗି ଏହି ଯୋଜନା ଆରମ୍ଭ ହୋଇଛି ।
3-ଗରିବ ଓ ଅସହାୟ ଲୋକମାନଙ୍କୁ କମ୍ୟୁନିଟି କିଚେନ୍ ଯୋଜନା ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ଦେଇଛନ୍ତି ।
4-କର୍ଣ୍ଣାଟକ ବିଧାସଭାରେ ପାରିତ ହେଲା ଧର୍ମାନ୍ତରୀକରଣ ନିରୋଧ ବିଲ୍ । ତେବେ ଏହାକୁ ଗତକାଲି କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ଏହାକୁ ଆଜି ବିଧାନସଭାରେ ଆଗତ କରିଥିଲେ କର୍ଣ୍ଣାଟକ ସରକାର । ତେବେ ଆଜି ବିଲ ଆଗତ ହେବା ପରେ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଥିଲା ।
5-ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମ ସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ବଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅନ୍ତର୍ଜାତୀୟ ସପ୍ତମ ସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ପ୍ରତିଯୋଗିତାମୂଳକ କରିବା ପାଇଁ ବିଶ୍ବସ୍ତରୀୟ ବିଡିଂ ଆହ୍ବାନ କରାଯାଇଛି ।
6-ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପାଇଁ ତତ୍ପରତା ପ୍ରକାଶ କରିଛି ଭାରତ । ମତ୍ସ୍ୟଜୀବୀଙ୍କ ମୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
7-ସକାଳୁ ସକାଳୁ କର୍ଣ୍ଣାଟକକୁ ଭୂକମ୍ପ ଝଟକା । ଉତ୍ତର- ଉତ୍ତରପୂର୍ବ କର୍ଣ୍ଣାଟକର ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ତରଫରୁ ସୂଚନା ଦିଆଯାଇଛି ।
8-ପୁଣି ଆଉ ଏକ ମୁଣ୍ଡ ନେଲା କୋରୋନା ନ୍ୟୁ ଭାରିଆଣ୍ଟ ଓମିକ୍ରନ। କିଛି ଦିନ ମଧ୍ୟରେ ବିଶ୍ବରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ଇସ୍ରାଏଲରେ ପ୍ରଥମ ଓମିକ୍ରନ ସଂକ୍ରମିତ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ଇସ୍ରାଏଲ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି ।
9-ସୋ ଟାଇମ୍ ୨୦୨୧ ପକ୍ଷରୁ ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ରଙ୍ଗାରଂଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ୧୯ ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ। କାର୍ଯ୍ୟକ୍ରମରେ ଜଣାଶୁଣା କଳାକାର ଓ ସମାଜସେବୀ ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହାସହ ୩୨ ଜଣ ପ୍ରଖ୍ୟାତ କଳାକାରଙ୍କୁ ସୋ ଟାଇମ୍ ପୁରସ୍କାର ଦିଆଯାଇଛି ।
10-ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ନାମେଣ୍ଟର ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ତଥା ଅଲମ୍ପିକ୍ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ ଇଣ୍ଡିଆ ପରାସ୍ତ । ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ୩-୫ ଗୋଲ୍ରେ ଜାପାନ ଠାରୁ ପରାସ୍ତ ହୋଇଛି ଭାରତ ।