ଆଜି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ଗୋପୀନାଥପୁର – ବୈଦଶ୍ୱର ସେତୁ । ମହାନଦୀ ଉପରେ ନିର୍ମିତ ଏହି ସେତୁକୁ ଆଜି ଦିନ ୧୧ଟା ୧୫ ମିନିଟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଗୋପୀନାଥପୁର ଗସ୍ତ କରି ସେଠାରେ ଲୋକାର୍ପଣ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।
୨- ବିକଶିତ ହେଉଛି ସ୍ବାସ୍ଥ୍ୟସେବା । ଏଥିରେ ଯୋଡି ହେଉଛି ଆଉ ଏକ ମାଇଲଖୁଣ୍ଟ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବାୟୁସେବା (ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି ସେବା ଦ୍ବାରା ଉପାନ୍ତ ଜିଲ୍ଲାବାସୀଙ୍କୁ ମିଳିବ ସ୍ପେସିଆଲିଟି ସ୍ବାସ୍ଥ୍ୟସେବା । ଯେତେ ବି ଜଟିଳ ରୋଗ ହେଉ ନା କାହିଁକି ନିଜ ଜିଲ୍ଲାରେ ସେବା ପାଇବେ ଜିଲ୍ଲାବାସୀ । ଯାହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହେବ ।
୩-ଫିଲିପାଇନ୍ସରେ ସୁପର ଟାଇଫୁନର ତାଣ୍ଡବ । ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି । ଏଥିସହ ଏପର୍ଯ୍ୟନ୍ତ ୫୦ଜଣ ନିଖୋଜ ଥିବା ଫିଲିପାଇନ୍ସ ମିଡିଆ ରିପୋର୍ଟରୁ ଜଣାପଡିଛି ।
୪-ଦେଶରେ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ 151କୁ ବୃଦ୍ଧି ହେଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମେ କର୍ଣ୍ଣାଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପିଲାଣି ।
୫-ବିଶ୍ବବ୍ୟାପି ଓମିକ୍ରନର ଭୟ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ପକ୍ଷରୁ ଆସିଛି ଏକ ଚିନ୍ତାଜନକ ଆକଳନ । ଏହି ଭୂତାଣୁ ଡେଲ୍ଟା ଠାରୁ ବହୁ ଅଧିକ ସଂକ୍ରମିତ ବୋଲି କହିଛି WHO । ଏବେ ପର୍ଯ୍ୟନ୍ତ 89ଟି ଦେଶରେ ବ୍ୟାପି ସାରିଲାଣି ଏହି ଭୂତାଣୁ ।
୬-ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଛି ।
୭-ଅଣହିନ୍ଦୁମାନେ ଆନ୍ଧ୍ରପ୍ରଦେଶର ଶ୍ରୀଶେଲମ ମନ୍ଦିର ପରିସରରେ କାରବାର କରିପାରିବେ । ଅଣହିନ୍ଦୁଙ୍କୁ ମନ୍ଦିର ପରିସରରେ କିମ୍ବା ନିକଟରେ ବ୍ୟବସାୟ କରିବାକୁ ରୋକା ଯାଇ ପାରିବ ନାହିଁ । ଏହା ତାଙ୍କର ଅଧିକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
୮-ଇସ୍ରାଏଲରେ କରୋନାର ପଞ୍ଚମ ଲହର । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ଖେଳାଇବା ଆରମ୍ଭ କଲାଣି । ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍ ଜନତାଙ୍କୁ ଟିକା ନେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
୯-ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଯାତ୍ରା ବିଷୟରେ ଏକ ୱେବ୍ ସିରିଜ ନିର୍ମାଣ କରିବ ଭାରତୀୟ ଭିଡ଼ିଓ ଷ୍ଟ୍ରିମିଙ୍ଗ ଆପ୍ ତଥା OTT ପ୍ଲାର୍ଟଫର୍ମ MX Player । ତେବେ ବିଶିଷ୍ଟ ସାମ୍ବାଦିକ କେ ଗିରି ପ୍ରକାଶଙ୍କ ଦ୍ବାରା ଲିଖିତ ଏକ ପୁସ୍ତକ ଉପରେ ଆଧାର କରି ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମିଳିଛି ସୂଚନା ।
୧୦-ବାଂଲାଦେଶର ରାଜଧାନୀ ଢାକାରେ ଖେଳାଯାଉଥିବା ପୁରୁଷ ଏସିଆନ ଚମ୍ପିଆନ୍ସ ଟ୍ରଫି 2021ରେ ହକି ଟିମ ଇଣ୍ଡିଆର ଆଉ ଏକ ବୃହତ ବିଜୟ । ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତ, 6-0 ଗୋଲ୍ ବ୍ୟବଧାନରେ ଜାପାନକୁ ଶେଷ ଗ୍ରୁପ ମୁକାବିଲାରେ ହରାଇଛି ।