1-ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୯୧ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି
2-ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଗ୍ରୁପ କ୍ୟାପଟେନ ବରୁଣି ସିଂହ ବୁଧବାର ଆଖି ବୁଜିଛନ୍ତି । ଗତକାଲି ତାଙ୍କ ପାର୍ଥିବ ଶରୀର ବେଙ୍ଗାଲୁରୁରୁ ଭୋପାଳ ନିଆଯାଇଛି । ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ
. 3- ବଜେଟ୍ ପୂର୍ବ ବିଚାର ବିମର୍ଶର ଏକ ଅଂଶ ଭାବରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ସେକ୍ଟରରେ ଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ
4- ଦେଶରେ ମାଡିଚାଲିଛି ଓମିକ୍ରନ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢୁଛି ଭୟ । ବହୁ ଦିନ ଧରି ଭାରତରେ ମହାମାରୀ ନିୟନ୍ତ୍ରଣାଧୀନ ଥିବାବେଳେ ଓମିକ୍ରନ ଭାଇରସ କାୟା ମେଲାଇବା ପୁଣିଥରେ ଉତ୍କଟ ସ୍ଥିତି ସୃଷ୍ଟି କରିବାକୁ ଯାଉଛି । ଗୁରୁବାର ପୁଣି କର୍ଣ୍ଣାଟକରେ ଓମିକ୍ରନର ୫ ଜଣ ଏବଂ ହାଇଦ୍ରାବାଦରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୭କୁ ବୃଦ୍ଧି ପାଇଛି ।
5-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-‘ଟି’ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ୱଚ୍ଛତା ଓ କର୍ମଚାରୀମାନଙ୍କ ପାରଦର୍ଶିତା ଉପରେ ଗୁରୁତ୍ବ ଦିଆଯାଉଛି । ଏହା ସଙ୍ଗେ ସଙ୍ଗେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଏହାର ସଫଳ ରୂପାୟନ ପାଇଁ ଯତ୍ନବାନ ହେବା ଆବଶ୍ୟକତା ରହିଛି । ଏଣୁ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ଦୁର୍ନୀତି ଏବଂ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ।
6-ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ 2024 ପର୍ଯ୍ୟନ୍ତ ବଢାଇବା ସହିତ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ନେଇ ଓଡିଶା ବିଜେପି ସାଂସଦ ମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଧନ୍ୟବାଦ ଦେଇଛନ୍ତି।
7-ମିଜୋରାମରେ ଭୂମିକମ୍ପ ଝଟକା । ମିଜୋରାମର ଚମ୍ପାଇରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ତରଫରୁ ସୂଚନା ଦିଆଯାଇଛି
8-ଶିକ୍ଷା ହେଉଛି ସମାଜର ସାମୂହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ । ଶିକ୍ଷା ବ୍ୟବସ୍ଥାର ଆତ୍ମା ହେଉଛନ୍ତି ଶିକ୍ଷକ । ନୂଆ ଓଡ଼ିଶା ଗଠନ ପାଇଁ ଆରମ୍ଭ ହୋଇଥିବା ୫-ଟି ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମରେ ଶିକ୍ଷକମାନେ ସଫଳ ସହଯୋଗୀ ଭାବରେ ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
9-୨୦୨୨ରେ ନିଜ ଫ୍ୟାନ୍ସଙ୍କୁ ଭରପୂର ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଲିଉଡ଼ର ସୁନାମଧନ୍ୟ ଫିଲ୍ମ ମେକର କରନ ଜୋହର । କରନଙ୍କ ଧର୍ମା ପ୍ରଡକ୍ସନର ‘ବ୍ରହ୍ମାସ୍ତ୍ର’ର ରିଲିଜ ତାରିଖ ଘୋଷଣା ହେବା ପରେ ଏବେ ‘ଲାଇଗର’ର ରିଲିଜ ତାରିଖ ଘୋଷଣା ହୋଇଛି । ଗୁରୁବାର କରନ ଏ ସମ୍ପର୍କରେ ନିଜ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।
10-ରୋହିତ ଶର୍ମା ଜଣେ ଅଧିନାୟକ ହେବାକୁ ଯୋଗ୍ୟ । ମୁମ୍ବାଇ ଇଣ୍ଡିଆନ୍ସ୍ର ଅଧିନାୟକ ଭାବରେ ସେ ମୋଟ ୫ଟି ଆଇପିଏଲ ଟ୍ରଫି ବିଜୟୀ ହୋଇଛନ୍ତି । ତା ସହିତ ଡେକାନ ଚାର୍ଜର୍ସ ସହ ସେ ଗୋଟିଏ ଆଇପିଏଲ ଟ୍ରଫି ବିଜୟୀ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଘରୋଇ ଟି-୨୦ ସିରିଜ୍ରେ ଭଲ ପ୍ରଦର୍ଶନ କରିଛନ୍ତି ।” ଏହା କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।