ଆଜି ଜି-୨୦ ଶିଖର ସମ୍ମିଳନୀର ଦ୍ବିତୀୟ ଅଧିବେଶନ । ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶକୁ ଗୁରୁତ୍ବ ଦେଇ ଜାତିସଂଘର COP26 ଜଳବାୟୁ ଶିଖର ସମ୍ମିଳନୀରେ ପ୍ରାୟ 200 ଦେଶ ଅଂଶଗ୍ରହଣ କରିବ
2-ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରୋମ ଠାରେ ଇଟାଲୀ ଦ୍ବାରା ଆୟୋଜିତ ଜି -୨୦ ନେତାଙ୍କ ସମ୍ମିଳନୀ ପୂର୍ବରୁ ଦ୍ବିପାକ୍ଷିକ ବୈଠକ କରିଥିଲେ
3-ଉତ୍ତରାଖଣ୍ତ ହରିଦ୍ବାରରେ ହରିହର ଆଶ୍ରମରେ ଜୁନା ପୀଠାଧିଶ୍ବର ଆଚାର୍ଯ୍ୟ ମହାମଣ୍ଡଳଶ୍ୱରଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ହିନ୍ଦୁ ଧର୍ମକୁ ନେଇ ସ୍ବାମୀ ଶ୍ରୀ ପରମ ଆତ୍ମାଜୀଙ୍କ ସହ ଦୀର୍ଘ ଏକ ଘଣ୍ଟାଧରି ଆଲୋଚନା କରିଥିଲେ ଶାହ ।
4-ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଦେଶବ୍ୟାପୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ନ୍ୟୁମୋକୋକାଲ କଞ୍ଜୁମେଟ ଭ୍ୟାକସିନକୁ (ପିସିଭି)ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ପିସିଭି ଉପରେ ଯୋଗାଯୋଗ ପ୍ୟାକେଜ ସାମଗ୍ରୀ ମଧ୍ୟ ଉନ୍ମୋଚନ କରିଛନ୍ତି
5-ଆଜି ପୁଣି ବଢ଼ିଲା ଇନ୍ଧନ ମୂଲ୍ୟ: ଭୁବନେଶ୍ୱରରେ ୧୧୦ ଟଙ୍କା ଟପିଲା ପେଟ୍ରୋଲ୍ ଦର
6-ସାମାନ୍ୟ ବଢିଲା କରୋନା ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୮୮ କୋଭିଡ୍ ପଜିଟିଭ୍
ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୦୩ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୭ ଜଣ ପଜିଟିଭ ରହିଛନ୍ତି ।
7-ଆଠଗଡ଼ ଶୈବପୀଠରେ ଲାଗିବ ୧୪୪ ଧାରା । ଆସନ୍ତାକାଲି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଏଭଳି କଟକଣା ଜାରି କରାଯାଇଛି। ସୋମବାର ଭୋର ୪ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
8-ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୧୫ ତାରିଖ ସୁଦ୍ଧା ତିନୋଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ମୁଖ୍ୟତଃ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହେବ । ତେବେ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବା ସହ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଦୀପାବଳିରେ ପାଗ ମେଘୁଆ ରହିବା ସହ ଦକ୍ଷିଣ ଉପକୂଳର କେତେକ ଜାଗାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।
9-ଆଜି ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ହେବ ଶେଷକୃତ୍ୟ । ବେଙ୍ଗାଲୁରୁ ସ୍ଥିତ କାନ୍ତିରବା ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା
10- ରବିବାର ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ଏହାସହ ଏହି ମ୍ୟାଚ ଭାରତ-ନ୍ୟୁଜିଲାଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ।