1999 ମସିହା ଅକ୍ଟୋବର ମାସ 29 ତାରିଖରେ ଓଡିଶାରେ ତାଣ୍ଡବ ରଚିଥିଲା ବିନାଶକାରୀ ମବିତିଛି ଦିନ, ରହିଛି ପ୍ରଳୟର ପାଦ ଚିହ୍ନ
୨-ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଦେଶର ଆତ୍ମାକୁ ଶକ୍ତ ଆଘାତ ଦେଇଛି । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ।
୩-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଜି ସଂନ୍ଧ୍ୟାରେ ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବା ନେଇ ସୂଚନା ରହିଛି ।
୪-କିଶୋର ନ୍ୟାୟ ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରସ୍ତୁତ ଚିଠା ଆଇନ ଉପରେ ମତାମତ ଓ ପରାମର୍ଶ ଦେବାକୁ ଆହ୍ବାନ କଲା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
୫-ଆଜି ଠାରୁ ନଭେମ୍ବର 2 ପର୍ଯ୍ୟନ୍ତ ରୋମ, ଇଟାଲୀ ଏବଂ ଗ୍ଲାସଗୋ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ 16ତମ G-20 ସମ୍ମିଳନୀରେ ଯୋଗଦେବେ । ଏଥିସହ COP-26ର ବିଶ୍ବ ନେତୃବୃନ୍ଦ ସମ୍ମିଳନୀରେ ମଧ୍ୟ ଯୋଗଦେବେ । ରୋମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।
୬-ଡରାଇଲାଣି ତେଲ ତାତି । ଦେଶରେ ହୁ ହୁ ହୋଇ ବଢୁଛି ତୈଳ ଦାମ । ଲଗାତାର ତୃତୀୟ ଦିନରେ ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବଢିଛି । ଏହି ବୃଦ୍ଧି ସହ ସାରା ଦେଶରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
୭-ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଆଜି ଲକ୍ଷ୍ନୌକୁ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
୮-17 ବର୍ଷ ପରେ ବଦଳିଲା ଫେସବୁକ(Facebook) ନାଁ । ନୂଆ ପରିଚୟ ପାଇଲା ବିଶ୍ବର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ । ନିଜ ନାଁ ‘ମେଟା'(Meta)କୁ ପରିର୍ତ୍ତନ କଲା ଫେସବୁକ । ଏଣିକି ଫେସବୁକ ବିଶ୍ବବ୍ୟାପୀ ‘ମେଟା’ ନାମରେ ଜଣାଯିବ । ଗୁରୁବାର କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଏକ ବୈଠକରେ ଏନେଇ ଘୋଷଣା କରିଛନ୍ତି ।
୯-ସାମ୍ନାକୁ ଆସିଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ଡେଟ୍: ରାଜସ୍ଥାନର ୭୦୦ ବର୍ଷ ପୁରୁଣା ଦୁର୍ଗରେ ପଡିବ ହାତଗଣ୍ଠି
୧୦- ଚଳିତ ଟି-20 ବିଶ୍ବକପରେ ଆଜି ସୁପର-୧୨ରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହେବ ମୁକାବିଲା । ପାକିସ୍ତାନ ଭାରତ ଓ ନ୍ୟୁଜଲାଣ୍ଡ ବିପକ୍ଷରେ ତାର ଦୁଇଟି ଯାକ ମ୍ୟାଚରେ ବିଜୟ ହାସଲ କରି ଦୃଢ ସ୍ଥିତିରେ ରହିଛି