1- ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆଜି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ପଛୁଆ ବର୍ଗ ଜାତି ସମୂହ।
2-ଆଜି ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ ପାଠପଢ଼ା ଆରମ୍ଭ । ଦୀର୍ଘ ଦେଢବର୍ଷ ପରେ କ୍ଳାସ ରୁମ୍ରେ ପାଠ ପଢି଼ବେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ ଶ୍ରେଣୀ କ୍ଲାସ । ତେବେ ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବନାହିଁ । ଅଫ୍ଲାଇନ କ୍ଲାସ୍ ସହ ଅନଲାଇନ୍ କ୍ଲାସ ଜାରି ରହିବ। ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକଙ୍କ ଅନୁମତିରେ ଅଫ୍ଲାଇନ କ୍ଲାସରେ ଯୋଗ ଦେବେ ।
3-ଆଜି ଶ୍ରୀନଗରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଗୃହମନ୍ତ୍ରୀ ଅମିତ ଶାହ। ଅଗଷ୍ଟ 2019 ରେ ଧାରା 370 ଉଚ୍ଛେଦ ହେବା ପରେ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ପ୍ରଥମ ଗସ୍ତ । ଗତକାଲି IIT ଜମ୍ମୁରେ ନୂତନ ଗବେଷଣା ଗୃହ ଲୋକାର୍ପିତ କରିଥିଲେ ଶାହ
4-ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ(PMASBY) ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
5-ନୂଆ ଶିକ୍ଷା ନୀତିରେ ଜମ୍ମୁରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦ୍ବାରା ବହୁମୁଖୀ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଉଚ୍ଚଶିକ୍ଷାର ପେଣ୍ଠସ୍ଥଳୀ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର
6-କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (DFPD) ଖାଇବା ତେଲର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସାମଗ୍ରୀର ଭଣ୍ଡାର (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି । ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ପାଇଁ ଆସନ୍ତାକାଲି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଡକାଯାଇଛି ।
7-ଆଜି NCBରେ ପୁଣି ହାଜର ହେବେ ଅନନ୍ୟା ପାଣ୍ଡେ । ଡ୍ରଗ୍ସ ମାମଲା ନେଇ ପଚରାଉଚରା କରିବ NCB
8-ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି
9-ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର । ଚେନ୍ନାଇ ସ୍ଥିତ ବାସଭବନରେ ସେ ଏନେଇ ସାମ୍ୱାଦିକଙ୍କୁ ଜଣାଇଛନ୍ତି । ବୈଠକ କରି ସୁପରଷ୍ଟାର କହିଛନ୍ତି ଯେ ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ କେବେ ଆଶା କରିନଥିଲେ ।
10-ଅପରାଜେୟ ଭାରତର ଶୋଚନୀୟ ପରାଜୟ । ଆଇସିସି ଟି-୨୦ ବିଶ୍ବକପରେ ରବିବାର ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ବିଶ୍ବକପରେ ପ୍ରଥମ ଥର ପାଇଁ ଭାରତକୁ ହରାଇଛି ବାବର ବାହିନୀ ।