୧-ଆଜି ଆଇଆଇଟି ଜମ୍ମୁ କ୍ୟାମ୍ପସରେ ଅତ୍ୟାଧୁନିକ ସୁବିଧା ସହିତ ନୂତନ ଗବେଷଣା ଗୃହର ଶିଳାନ୍ୟାସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ସହିତ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବ ।
୨-ବହୁ ଚର୍ଚ୍ଚିତ ସନ୍ ସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବଲାଙ୍ଗୀର ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ
୩-ଲଖିମପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଅସୁସ୍ଥ । ଜେଲ୍ ହସ୍ପିଟାଲରେ ଭର୍ତ୍ତି ହେଲେ ଆଶିଷ । ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି । ଗତକାଲି(ଶନିବାର) ଆଶିଷଙ୍କ ସାମ୍ପୁଲ ଟେଷ୍ଟ ପାଇଁ ଲ୍ୟାବ୍ ପଠାଯାଇଥିଲା । ଯାହାପରେ ସେ ଡେଙ୍ଗୁରେ ପୀଡିତ ହୋଇଥିବା ସୂଚନା ମିଳିଛି ।
୪-ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬୧ ଜଣଙ୍କ ମୃତ୍ୟୁ ହୋଇଛି ।
୫-କ୍ରମାଗତ ୫ମ ଦିନରେ ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ । ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବଢ଼ି ଚାଲୁଛି । ଆଜି ଭୁବନେଶ୍ବରରେ ୩୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍ ଲିଟର୍ ପିଛା ୧୦୮ ଟଙ୍କା ୫୫ରେ ପହଞ୍ଚିଛି । ଡିଜେଲ୍ ଦର ମଧ୍ୟ ଲିଟରପିଛା ୩୯ ପଇସା ବୃଦ୍ଧି
୬-ଶ୍ରୀଲଙ୍କା ବୈଦେଶିକ ମୁଦ୍ରାଭଣ୍ଡାର ଏବେ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି। ଫଳରେ ତୈଳ ଆମଦାନୀ ନିମନ୍ତେ ପୈଠ ଲାଗି ଏବେ ବୈଦେଶିକ ମୁଦ୍ରାର ଅଭାବ ଦେଖା ଦେଇଛି। ଏଣୁ ଭାରତ ସରକାରଙ୍କୁ ଋଣ ନିବେଦନ କରିବେ ବୋଲି ସୂଚନା ମିଳୁଛି। ତୈଳ ବାବଦ ପୈଠ ନିମନ୍ତେ ଶ୍ରୀଲଙ୍କାକୁ ଅନୁନ୍ୟ ୫୦ କୋଟି ଡଲାରର ଆବଶ୍ୟକତା ରହିଛି। ଏଣୁ ପ୍ରସ୍ତାବକୁ ମଞ୍ଜୁରି ନିମନ୍ତେ କ୍ୟାବିନେଟରେ ଉପସ୍ଥାପନ କରିବେ ବୋଲି ଶ୍ରୀଲଙ୍କା ଶକ୍ତିମନ୍ତ୍ରୀ ଉଦୟ ଗମ୍ମନ ପିଲା କହିଛନ୍ତି
୭-ଏକା ସମୟରେ କ୍ରିକେଟ୍ ଖେଳ ଓ ଆତଙ୍କବାଦ ଖେଳ ଖେଳାଯାଇ ପାରୁ ନ ଥିବାରୁ ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ‘ଟି-୨୦ ବିଶ୍ୱକପ୍ ମ୍ୟାଚ୍’ ଜାତୀୟ ସ୍ୱାର୍ଥ ଏବଂ ରାଷ୍ଟ୍ରଧର୍ମ ବିରୋଧୀ ବୋଲି ଯୋଗ ଗୁରୁ ରାମଦେବ କହିଛନ୍ତି।
୮-କେନ୍ଦ୍ର ସରକାର ଟିକା ନେବାକୁ ଥିବା ଯୋଗ୍ୟ ହିତାଧିକାରୀ ତାଲିକାରେ ସଂଶୋଧନ କରିଛନ୍ତି। ଏଥିରେ ଓଡ଼ିଶାରେ ମଧ୍ୟ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବରୁ ରାଜ୍ୟରେ ୩.୯କୋଟି ଯୋଗ୍ୟ ହିତାଧିକାରୀ ଥିବା ବେଳେ ଏବେ ଏଥିରେ ବୃଦ୍ଧି ଘଟି ୩କୋଟି ୨୫ଲକ୍ଷ ୨୮ହଜାରରେ ପହଞ୍ଚିଛି।
୯-ଏନସିବି ରାଡ଼ାରରେ ପ୍ରସିଦ୍ଧ ହସ୍ତୀଙ୍କ ଘରୋଇ ସହାୟକ: ଅନନ୍ୟା କହିବାରୁ ଆର୍ଯ୍ୟନଙ୍କୁ ଡ୍ରଗ୍ସ ଯୋଗାଇଥିବା ସନ୍ଦେହ
୧୦-ଇଣ୍ଡିଆ ସ୍କିଲ୍ସ ୨୦୨୧ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା । ଏହି କୌଶଳ ପ୍ରଦର୍ଶନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀ ମୋଟ୍ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ ହାସଲ କରିଛନ୍ତି ।