ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଅର୍ଥ ହେରଫେର ବା ମନି ଲଣ୍ଡରିଂ ଅଭିଯୋଗ ନେଇ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିଛି ଇଡି
2-ନଭେମ୍ବର ୧୨ରେ ବନ୍ଦ ହେବ ଓଡିଶା । ରାଜ୍ୟରେ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ତଥା ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା କରି ଏପରି ନିଷ୍ପତ୍ତି ନେଇଛି କଂଗ୍ରେସ ।
3-ଭାଷା ସଂଗମ ଓ ମୋବାଇଲ ଆପ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୨ ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ । ଭାଷା ସଂଗମ ଆପ ରେ ୨୨ ଟି ଆଞ୍ଚଳିକ ଭାଷାରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଉପଲବ୍ଧ ରହିଛି
4-ଋଷିଆରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ପବନ କପୁର । ଋଷିଆ ରାଷ୍ଟ୍ରଦୂତ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ଭାରତ ସରକାର । ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି
5-ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ । ଚାଷୀମାନଙ୍କୁ ଯଥେଷ୍ଟ ପରିମାଣର ସାର ଯୋଗାଣ ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତ
6-ଟୀକାକରଣ ଅଭିଯାନରେ ଭାରତ ଆଉ ପାଦେ ସଫଳତା । ଟୀକାକରଣରେ ସାମିଲ ହୋଇ ସାରିଲେଣି 78% ଜନସଂଖ୍ୟା । ଅଭିଯାନରେ ସାମିଲ ସମସ୍ତଙ୍କୁ ଧନ୍ୟବାଦ ଦେଲେ କନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
7-ଅକ୍ଟୋବର ପରେ ନଭେମ୍ବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
8-କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
9-ଆଜି ବଲିଉଡ ସୁପରଷ୍ଟାର ତଥା ରୋମାନ୍ସ କିଙ୍ଗ ଶାହାରୁଖ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଦେଲେ ଶାହାରୁଖ । ସଂଘର୍ଷରୁ କ୍ୟାରିୟର ଆରମ୍ଭ କରିଥିବା କିଙ୍ଗ ଖାନ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ହିଟ୍ ମୁଭି
10-ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ୨୯ତମ ମ୍ୟାଚରେ ୨୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଇଂଲଣ୍ଡ । ବିଶ୍ବକପ ଦଳ ଭାବେ ସେମିରେ ନିଜର ସ୍ଥାନ ପକ୍କା କରିଛି । ସୁପର-୧୨(ଗ୍ରୁପ-1)ର ଏକ ମୁକାବିଲାରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଛି