ରାଜ୍ୟରେ ଧିରେ ଧିରେ କୋରୋନା ସ୍ଥିତିରେ ସୁଧାର ଆସୁଛି । ଅନଲାଇନ ପାଠପଢା ପରିବର୍ତ୍ତେ ଅଫଲାଇନ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ ଏହି ପରିପ୍ରେକ୍ଷୀରେ ଆଜିଠୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ ।
2-ବରଗଡ ଟାଉନ ଥାନା ହାଜତ ମୃତ୍ୟୁ ମାମଲା ଓ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ବରଗଡ ବନ୍ଦ ଡାକରା
3-ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ । କୋରୋନା କଟକଣା ମାନି ଅଭୟାରଣ୍ୟକୁ ପ୍ରବେଶ କରିବେ ପର୍ଯ୍ୟଟକ । ଦୀର୍ଘ ୬ ମାସର ବ୍ୟବଧାନ ପରେ ପର୍ଯ୍ୟଟକ ବୁଲିବେ ଶିମିଳିପାଳ ଅଭୟାରଣ୍ୟ । ଅଭୟାରଣ୍ୟକୁ ପ୍ରବେଶ ପାଇଁ ବାରିପଦା ପିଠାବଟା ଗେଟ ଦେଇ ୨୫ଟି ଓ ଜଶିପୁର କାଳିଆଣି ଗେଟ ଦେଇ ୩୫ଟି ଚାରିଚକିଆ ଯାନକୁ ଅନୁମତି ଦିଆଯାଇଛି । ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ
4-ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ । ରବିବାର ଛତିଶଗଡ ଦନ୍ତେଓ୍ବାଡାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମୁଣ୍ତ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସୂଚନା ଅନୁସାରେ, ରବିବାର ସଂନ୍ଧ୍ୟା ପ୍ରାୟ ୬ଟା ସମୟରେ କାଟାକଲ୍ଯାଣ ଥାନା ଅଞ୍ଚଳ ଅଧିନରେ ଅଡଓ୍ବାଲ କୁଞ୍ଚେରାଶ ଗାଁ ମଝିରେ ନକ୍ସଲ ଥିବା ନେଇ ସୁରକ୍ଷା ବାହିନୀ ଖବର ପାଇଥିଲେ
5- ଗତକାଲି ରୋମର ଜି-୨୦ ସମ୍ମିଳନୀରେ ଯୋଗ ଦେବା ପରେ ୟୁକେର ଗ୍ଲାସଗୋ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଜି(ସୋମବାର) 26ତମ cop26 କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜିଠୁ ଦୁଇଦନିଆ ଗ୍ଲାସଗୋ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
6-ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ପୁଣି ବିଗିଡିବାରେ ଲାଗିଛି ସ୍ଥିତି । ସୋମବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ବାୟୁ ଗୁଣବତ୍ତା ସୂଚକାଙ୍କ 302 ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି
7-ପହିଲାରୁ ମହଙ୍ଗା ମାଡ : ବ୍ୟବସାୟିକ LPG ସିଲିଣ୍ଡର ୨୬୫ ଟଙ୍କା ବଢିଲା,
ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
୮-ଖଣ୍ଡପଡ଼ାରେ ମିଶନ ଶକ୍ତି ଗୃହ କାମ ପାଇଁ ଲାଞ୍ଚ ! ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା
୯-କରୋନାରେ ସଂକ୍ରମିତ ହେଲେ ବଲିଉଡର ରଙ୍ଗୀଲା ଗାର୍ଲ ଉର୍ମିଲା। ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟି ଆସିଛି। ଏନେଇ ସେ ନିଜେ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ନିଜକୁ ଘରେ କ୍ୱାରେଣ୍ଟାଇନ୍ କରି ରଖିଛନ୍ତି। ଏଥିସହ ଦୀପାବଳି ଅବସରରେ ସମସ୍ତଙ୍କୁ ନିଜର ଯତ୍ନ ନେବାକୁ ମଧ୍ୟ ନିବେଦନ କରିଛନ୍ତି ଉର୍ମିଲା।
10-ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ(ଗ୍ରୁପ-1)ରେ ଆଜି(ସୋମବାର) ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର । ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।