ରାଜ୍ୟସଭାକୁ ଯିବେ କ୍ରିକେଟର ହରଭଜନ ସିଂ | ଆମ୍ ଆଦମୀ ପାର୍ଟିରୁ ତାଙ୍କୁ କରାଯାଇଛି ରାଜ୍ୟସଭା ପ୍ରାର୍ଥୀ | ପଞ୍ଜାବର ମୁ୍ଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ହରଭଜନଙ୍କୁ ରାଜ୍ୟସଭାକୁ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ ପଞ୍ଜାବର ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟରେ ହରଭଜନଙ୍କୁ ଏକ ପ୍ରମୁଖ ପଦରେ ଅବସ୍ଥାପିତ କରାଯିବ ବୋଲି କୁହାଯାଉଛି ।
ଭଗୱନ୍ତ ମାନ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଶପଥ ନେବା ପରେ ହରଭଜନ ସିଂ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ଆମ ଆଦମୀ ପାର୍ଟି ଏବଂ ମୋର ବନ୍ଧୁ ଭଗୱନ୍ତ ମାନ୍ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ।
ସୂଚନା ଥାଉକି , ନିର୍ବାଚନ ପ୍ରଚାର ସମୟରେ ଭଗୱନ୍ତ ମାନ୍ ଘୋଷଣା କରିଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ କ୍ରୀଡାର ପ୍ରଚାର ପ୍ରସାର କରାଯିବ। ଏହାସହ ଜଲନ୍ଧରରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ଦଳ ପକ୍ଷରୁ ଜୋର ଦିଆଯାଇଥିଲା।