କେନ୍ଦ୍ରାପଡା ସହର ଏବେ ପୋଲିସ ଛାଉଣୀରେ ପରିଣତ ହୋଇଛି । ହାଇଦରର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହେବାପରେ ପୋଲିସ ମନରେ ଛନକା ପସିଛି । ହାଇଦର ଜଣେ ପୁରୁଣା ଗ୍ୟାଙ୍ଗଷ୍ଟର ହୋଇଥିବାରୁ ତାହାର ମୃତ୍ୟୁର ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା କରିଛି ପୋଲିସ । ତେଣୁ କେନ୍ଦ୍ରାପଡା ସହର ସମେତ ସହର ନିକଟ ୪ଟି ପଞ୍ଚାୟତରେ ଜିଲ୍ଲାପ୍ରଶାସନ ଗତକାଲି ରାତି ୧୧ଟା ଠାରୁ ଆସନ୍ତା ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରିକରିଛି ପ୍ରଶାସନ । କେନ୍ଦ୍ରାପଡା ପୌରାଞ୍ଚଳ, ବାରିମୂଳ, ଜମଧର, ଗୁଲନଗର ଓ କପାଳେଶ୍ବର ପଞ୍ଚାୟତ ଏବେ ୧୪୪ ଧାରା ମଧ୍ୟରେ ରହିଛି । ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି ପୋଲିସ ପ୍ରଶାସନ । ହାଇଦର ଘରକୁ ଅନେକ ଲୋକଙ୍କ ସୁଅ ଛୁଟୀଥିବାରୁ ପୋଲିସ ବିଭିନ୍ନ ଛକଛକରେ ଗାଡିମଟର ସବୁ ଖନତଲାସୀ କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଏସ୍ ପି ମଦକର ସନ୍ଦିପ ସମ୍ପଦ ୧୪୪ ଜାରି ହୋଇଥିବା ଅଞ୍ଚଳର ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଜାଞ୍ଚ କରିଛନ୍ତି ।
#NNSODIA