ସ୍କୁଲରେ ଛାତ୍ରଛାତ୍ରୀ ପଢିବେ ଭଗବତ ଗୀତା | ସରକାରୀ ସ୍କୁଲରେ ହିନ୍ଦୁ ଧର୍ମର ପ୍ରମୁଖ ଗ୍ରନ୍ଥ ଭଗବତ ଗୀତା ଅଧ୍ୟୟନ ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସିଲାବସ୍ ରେ ଭଗବତ ଗୀତାକୁ ସାମିଲ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ଗୁଜରାଟ ସରକାର।
ଗୀତାର ମୂଲ୍ୟବୋଧ ଏବଂ ଭାରତୀୟ ସଂସ୍କୃତି ବିଷୟରେ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସରକାର | ଭଗବତ ଗୀତାକୁ ପାଠ୍ୟକ୍ରମ ସହିତ ସ୍କୁଲ ପ୍ରାର୍ଥନା ଇତ୍ୟାଦି କାର୍ଯ୍ୟକ୍ରମରେ ସାମିଲ କରାଯିବ | ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିକାଶ ହୋଇପାରବି ବୋଲି ଗୁଜରାଟ ଶିକ୍ଷାମନ୍ତ୍ରୀ ଜିତୁ ଭଗାନି କହିଛନ୍ତି।
ଗୁଜରାଟ ସରକାର ନୂତନ ଶିକ୍ଷା ନୀତି ଅନୁଯାୟୀ ଏହା ଘୋଷଣା କରିଛନ୍ତି। ଫଳରେ ବିଦ୍ୟାଳୟରେ ଗୀତା ଅଧୟନ ବାଧ୍ୟତାମୂଳକ ହେବ | ବିଦ୍ୟାଳୟର ପିଲାମାନେ ମଧ୍ୟ ଗୀତା ଶ୍ଳୋକ ଗୁଡ଼ିକ ପାଠ କରିବେ | 2022-23 ଶିକ୍ଷାବର୍ଷରୁ ଏହି ନୂତନ ପାଠ୍ୟକ୍ରମ ଆରମ୍ଭ ହେବ | ପାଠ୍ୟକ୍ରମ ଅଧୀନରେ ବିଦ୍ୟାଳୟରେ ଭଗବଦ୍ ଗୀତା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଏବଂ ସୃଜନଶୀଳ କାର୍ଯ୍ୟକ୍ରମ ଯଥା – ଶ୍ଲୋକ, ପ୍ରବନ୍ଧ, ଡ୍ରାମା, ଚିତ୍ରାଙ୍କନ, କୁଇଜ୍ ଇତ୍ୟାଦି ଆୟୋଜନ କରାଯିବ |