ରାଜଧାନୀରେ ଜିଏସଟି ଠକେଇ । ୧୦ କୋଟିର ଜିଏସଟି ଠକେଇ ଅଭିଯୋଗରେ ଆଇରନ୍ ସ୍କ୍ରlପ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁକୁ ବିଜେପିନଗର ସ୍ଥିତ ଘରୁ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ । ସୂଚନା ଅନୁସାରେ, ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଅଭିଯୋଗରେ ଯୁବକ ଗିରଫ । ଭୁବନେଶ୍ଵର ଜିଏସଟି ବିଭାଗ ସ୍ମୃତି ରଞ୍ଜନ ସାହୁ ନାମକ ଜଣେ ଯୁବକଙ୍କୁ ଆଜି ଗିରଫ କରିଛି । ଭୁବନେଶ୍ଵର ବିଜେବି ନଗର ଅଞ୍ଚଳରୁ ଆଜି ଭୋର ସମୟରେ ଗିରଫ କରାଯାଇଥିବା ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁଙ୍କୁ ଭୁବନେଶ୍ୱର ଜିଏସଟି ଅଫିସରେ ପଚରାଉଚରା କରାଯାଉଛି । ରାଉରକେଲା ସହରର ଶ୍ରମିକ, ରିକ୍ସା ଚାଳକଙ୍କ ସହ ନିରୀହ ଲୋକଙ୍କ ନାଁରେ ନକଲି କମ୍ପାନୀ ଖୋଲିଥିଲା ଗିରଫ ଅଭିଯୁକ୍ତ । ଏହି ନକଲି କମ୍ପାନୀ ମାଧ୍ୟମରେ ଅଭିଯୁକ୍ତ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ଜିଏସଟି ବିଭାଗ । ଆଜି ଭୋର୍ ସମୟରେ ଭୁବନେଶ୍ଵର ବିଜେବି ନଗର ଘରେ ଜିଏସଟି ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ରେଡ୍ କରି ଅଭିଯୁକ୍ତକୁ ଗିରଫ କରିଛି ।