ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ମିଳିପାରେ ନୋବେଲ ଶାନ୍ତି ପୁରସ୍କାର । ଏନେଇ ୟୁରୋପ ମହାଦେଶର ଅନେକ ନେତା ଚୟନ କମିଟି ଆଗରେ କରିଛନ୍ତି ଦାବି ଉପସ୍ଥାପନ । ଏପରିକି ନାମାଙ୍କନ ପ୍ରକ୍ରିୟାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ୟୁରୋପୀୟ ନେତାମାନେ ଦାବି କରିଛନ୍ତି । ତେବେ ୨୦୨୨ ନୋବେଲ ପୁରସ୍କାର ପାଇଁ ୯୨ ଟି ସଂଗଠନ ୨୫୧ ଜଣ ବ୍ୟକ୍ତି ଆବେଦନ କରିଛନ୍ତି ।
ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନୋବେଲ ଶାନ୍ତି ପୁରସ୍କାରର ନାମାଙ୍କନ ପ୍ରକ୍ରିୟାକୁ ଖୋଲା ରଖାଯାଉ ବୋଲି ୟୁରୋପୀୟ ନେତାମାନେ ନୋବେଲ ପୁରସ୍କାର ଚୟନ କମିଟି ନିକଟରେ କରିଛନ୍ତି ଅନୁରୋଧ |
୨୦୨୨ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟା ପୁନଃ ଖୋଲା ଯିବାକୁ ଏବଂ ନାମାଙ୍କନଗୁଡିକର ପୁନର୍ବିଚାର କରିବାକୁ ୟୁରୋପୀୟ ନେତାମାନେ କମିଟିକୁ ଅନୁରୋଧ କରିଛନ୍ତି। ତେବେ ଚଳିତ ବର୍ଷ ଅକ୍ଟୋବର ୩ ରୁ ୧୦ ତାରିଖ ମଧ୍ୟରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମ ଘୋଷଣା କରାଯିବ ବୋଲି ଜଣାଯାଇଛି |