<h3>ଡାଇବେଟିସ ଏକ ଏଭଳି ରୋଗ ଯେଉଁଥିରେ ଆମ ଶରୀରର ଶର୍କରା ସ୍ତର ବହୁତ ବଢି ଯାଇଥାଏ। ଆଧୁନିକ ସମୟରେ ସବୁ ବୟସର ଲୋକଙ୍କ ଶରୀରରେ ଡାଇବେଟିସ ର ସମସ୍ୟା ରହିଛି ।ତେବେ ଏହି ଡାଇବେଟିସ ବିଭିନ୍ନ ଟାଇପର ହୋଇଥାଏ ଏବଂ ସବୁ ପ୍ରକାରର ଡାଇବେଟିସ ଔଷଧ ଏବଂ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ କଂଟ୍ରୋଲ କରାଯାଇପାରିବ । ଡାଇବେଟିସକୁ କଂଟ୍ରୋଲ କରିବା ପାଇଁ ଆପଣ ସଠିକ ଖାଦ୍ୟପେୟ ଗ୍ରହଣ କରନ୍ତୁ । ଏହି ଖାଦ୍ୟରେ ଆପଣ କଂଚାଲଙ୍କା ମଧ୍ୟ ସାମିଲ କରିପାରିବେ । କାରଣ ଡାଇବେଟିସ ପାଇଁ କଂଚାଲଙ୍କା ବହୁତ ଉପକାରୀ ହୋଇଥାଏ ।କଂଚାଲଙ୍କା ସାହାଯ୍ୟରେ ଆପଣ ଆପଣଙ୍କ ଶରୀରରେ ଡାଇବେଟିସକୁ ବହୁ ମାତ୍ରାରେ କଂଟ୍ରୋଲ କରିପାରିବେ । ତେବେ ମାର୍କେଟରେ ଆପଣଙ୍କୁ କଂଚାଲଙ୍କା ବହୁତ କମ ଟଙ୍କାରେ ମିଳିପାରିବ ।ତେବେ ଆସନ୍ତୁ ଜାଣିବା ଡାଇବେଟିସ ରୋଗୀଙ୍କ ପାଇଁ କଂଚାଲଙ୍କା କିପରି ସାହାଯ୍ୟ କରିଥାଏ । ଡାଇଟିସିଆନଙ୍କ କହିବାମୁତାବକ, କଂଚାଲଙ୍କା ଖାଇବା ଦ୍ୱାରା ବ୍ଲଡସୁଗାର ସ୍ତର କମ କରାଯାଇପାରିବ । ତେବେ କଂଚାଲଙ୍କା ଆପଣଙ୍କ ଶରୀରରେ କ୍ୟାପ୍ସାଇସିନ ଇନସୁଲିନ ବଢାଇବାରେ ମଧ୍ୟ ସାହାଯ୍ୟକରେ । ଯାହାଦ୍ୱାରା ବ୍ଲଡରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରିତ କରିପାରିବେ । ଅନେକ ଅଧ୍ୟୟନରେ କୁହାଯାଇଛି ଯେ, କଂଚାଲଙ୍କା ଆପଣଙ୍କ ଶରୀରରେ ଶୁଗାର ଲେବଲକୁ ବଢିବାକୁ ଦେଇନଥାଏ । ତେବେ ଆପଣ ଯଦି ନିଜର ଡାଇବେଟିସ ସ୍ତରକୁ କମ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ଭାବରେ କଂଚାଲଙ୍କାର ସେବନ କରନ୍ତୁ । ବିଶେଷ ଭାବେ ଆମେ କୌଣସି ବି ତରକାରୀରେ କଂଚାଲଙ୍କାର ବ୍ୟବହାର କରିଥାଉ । ଏହାସହ କଂଚାଲଙ୍କାର ଚଟନୀ ମଧ୍ୟ ଆମେ ବ୍ୟବହାର କରିଥାଉ ।ଏହାଛଡା ଆପଣ କଂଚାଲଙ୍କା ପାଣି ମଧ୍ୟ ସେବନ କରିପାରିବେ । ଏଥିପାଇଁ ଆପଣ ପ୍ରଥମେ ୩ରୁ ୪ଟି କଂଚାଲଙ୍କା କାଟି ଦିଅନ୍ତୁ ।ଏହାପରେ ଏକ ଗ୍ଲାସ ପାଣିରେ ଏହାକୁ ରାତି ସାରା ଭିଜାଇ ଦିଅନ୍ତୁ । ସକାଳୁ ଖାଲି ପେଟରେଏହି ପାଣିକୁ ପିଇବା ଦ୍ୱାରା ଆପଣ ଶରୀରରେ ବ୍ଲଡସୁଗାରର ମାତ୍ରା କମାଇ ପାରିବେ ।ତେବେ ବାସ୍ତବରେ ଡାଇବେଟିସ ରୋଗୀଙ୍କ ପାଇଁ କଂଚାଲଙ୍କା ଏକ ଉତ୍ତମ ଉପଚାର ବୋଲି ଡାଇଟିସିଆନମାନେ ମତ ଦିଅନ୍ତି ।</h3>